ଚଣ୍ଡିଗଡ଼: ହରିୟାଣାରେ ପ୍ରଶାନସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ରବିବାର ବିଳମ୍ବିତ ରାତିରେ ୪୪ ଜଣ ଆଇଏଏସ୍ ଅଫିସରଙ୍କ ଟ୍ରାନ୍ସଫର ହୋଇଛି । ହରିୟାଣା ବିଧାନସଭା ନିର୍ବାଚନ ପରେ ନାୟବ ସିଂହ ସେନୀ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଇଏଏସ୍ ଅଧିକାରୀ ସୁମିତା ମିଶ୍ରଙ୍କୁ ନୂତନ ଗୃହ ସଚିବ ଦାୟିତ୍ୱ ଦିଆଯାଇଛି । ଅନୁରାଗ ରସ୍ତୋଗୀଙ୍କୁ ଅର୍ଥ କମିଶନର, ଅନିଲ ଭିଜଙ୍କୁ ପରବହନ ବିଭାଗରେ ନିଯୁକ୍ତ କରାଯାଇଛି । ଏହା ସହ ଦୀର୍ଘ ସମୟ ପରେ ଅଶୋକ ଖେମକା ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।