ଏହି ଅଲରାଉଣ୍ଡର ଥିଲେ ଡନ୍ ବ୍ରାଡମ୍ୟାନଙ୍କ ଆଦର୍ଶ, କ୍ରିକେଟ୍ କ୍ୟାରିୟରରେ ହାସଲ କରିଥିଲେ ୪୯ ଶତକ

ଓଡ଼ିଶା ଭାସ୍କର: କ୍ରିକେଟ ଜଗତର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ୍ ତାଲିକାରେ ଶୀର୍ଷରେ ରହିବ ତାଙ୍କ ନାମ । କ୍ରିକେଟ୍ ଦୁନିଆ ଯେମିତି ଏହି ନାମ ବିନା ଅଧୁରା । ଏହି ବ୍ୟାଟ୍ସମ୍ୟାନ ଜଣଙ୍କ ବ୍ୟାଟିଂରେ ଏପରି ରେକର୍ଡ଼ କରିଛନ୍ତି ଯାହାକୁ ଯାହାକୁ ହାସଲ କରିବା ବୁହୁତ ବଡ଼ କଥା । ସେ ଆଉ କେହି ନୁହଁନ୍ତି ବରଂ ଅଷ୍ଟ୍ରେଲୀୟ ଟିମର ପୂର୍ବତନ ଖେଳାଳି ଡନ୍ ବ୍ରାଡମ୍ୟାନ୍ । ଏହି ବ୍ୟାଟ୍ସମ୍ୟାନ୍ ନିଜର କୌଶଳ ଏବଂ ରନ୍ ମାଧ୍ୟମରେ ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଥିଲେ ।

୧୯୨୮ରୁ ୧୯୪୮ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ପାଇଁ ଖେଳିଥିଲେ ଡନ୍ ବ୍ରାଡମ୍ୟାନ୍ । ତାଙ୍କ କ୍ରିକେଟ୍ କ୍ୟାରିୟର ବେଶ ରୋମଞ୍ଚକର ଥିଲା । ସେ ଟେଷ୍ଟ ମ୍ୟାଚରେ ୮୦ ଇନିଂସରେ ୯୯.୯ ହାରାହାରିରେ ୬୯୯୬ ରନ୍ ସଂଗ୍ରହ କରିଛନ୍ତି । ଏଥିରୁ ୨୯ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ସାମିଲ ରହିଛି । ଆଜି ପର୍ଯ୍ୟନ୍ତ ଏହି ହାରାହାରିରେ କୌଣସି ଖେଳାଳି ଆନ୍ତର୍ଜାତିକ କ୍ରିକେଟରେ ରନ୍ ସଂଗ୍ରହ କରିପାରିନାହାଁନ୍ତି । ବହୁତ କମ୍ ଲୋକ ଜାଣିଥିବେ କି ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଚାର୍ଲସ(ଚାର୍ଲି) ମେକାର୍ଟନୀ ତାଙ୍କ ଆଦର୍ଶ ଥିଲେ ।

କିଏ ଥିଲେ ଚାର୍ଲସ ମେକାର୍ଟନୀ ?

ସେ ଜଣେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଥିଲେ । ଅଷ୍ଟ୍ରେଲିଆ ପାଇଁ ସେ ୩୫ଟି ଟେଷ୍ଟ ମ୍ୟାଚ୍ ଖେଳିଥିଲେ ଯେଉଁଥିରୁ ୭ଟି ଶତକ ଏବଂ ୪୫ଟି ୱିକେଟ ସାହାଯ୍ୟରେ ମୋଟ୍ ୨୧୩୧ ରନ୍ ସଂଗ୍ରହ କରିଥିଲେ । ସେ ଫାଷ୍ଟ କ୍ଲାସ୍ କ୍ରିକେଟରେ ମୋଟ୍ ୪୯ ଶତକ ଏବଂ ୪୧୯ ୱିକେଟ୍ ହାସଲ କରିଥିଲେ ।