ଭୁବନେଶ୍ବର: ପଦ୍ମ ଧରିଲେ ବିଜେଡିର ଜଣେ ଆଗଧାଡିର ନେତା । କଟକ ବଡମ୍ବାର ବ୍ଲକ ଅଧ୍ୟକ୍ଷ ଭାବେ କାମ ତୁଲାଉଥିବା ରଘୁପତି ମହାନ୍ତି ଆଜି ବିଜେପିରେ ସାମିଲ ହୋଇଛନ୍ତି । ବଡମ୍ବା ତଥା ଲୋକଙ୍କ ସେବା ପାଇଁ ସେ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ବଡମ୍ବା ଅଞ୍ଚଳର ଅନେକ ବିଜେଡି ନେତା ତଥା ସମର୍ଥକ ଶଙ୍ଖ ଛାଡି ପଦ୍ମ ଧରିଛନ୍ତି ।
ଏହା ପୂର୍ବରୁ ଆଜି ସକାଳୁ ସକାଳୁ ରଘୁପତି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇଥିଲେ । ତେବେ ଇସ୍ତଫା ଦେବା ବେଳକୁ ସେ ବ୍ଲକ ଅଧ୍ୟକ୍ଷ ପଦରେ ଥିଲେ । ଏବେ ଏହି ପଦ ତାଙ୍କ ସହ ରହିବ କି ତାଙ୍କ ବିରୋଧରେ ଆନାସ୍ଥା ପ୍ରସ୍ତାବ ଆସିବ ତାହା ଦେଖିବାକୁ ରହିଲା ।
ରଘୁ ମହାନ୍ତି ବଡମ୍ବାର ପୂର୍ବତନ ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କର ଏକାନ୍ତ ଅନୁଗତ ଭାବେ ପରିଚିତ ଥିଲେ । ବିଜେଡି କ୍ଷମତାରୁ ଯିବା ପରେ ଅନେକ ପ୍ରତିବନ୍ଧକ ଦେଇ ଗତିକରୁଛି । ବହୁ ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି, ଯାହା ଦଳ ସୁପ୍ରିମୋଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ସେପଟେ ବାରମ୍ବାର ବିଜେପି ଟାର୍ଗେଟ କରି ଆସୁଛି କି, ବିଜେଡି ଭାଡି ଖୁବ ଶୀଘ୍ର ଖାଲି ହୋଇଯିବ । ବିଜେଡିର ନେତା ବିଜେପିରେ ମିଶିବା ପାଇଁ ଦଳର ଶୀର୍ଷ ନେତୃତ୍ବଙ୍କ ସଂସ୍ପର୍ଶରେ ରହିଛନ୍ତି ।