ବେଙ୍ଗଲୁରୁ: କର୍ଣ୍ଣାଟକର ହାସନ ଜିଲ୍ଲାରେ ଟ୍ରେନିଂ ପରେ ପୋଷ୍ଟିଂ ଜଏନ କରିବାକୁ ଯାଉଥିବା ଆଇପିଏସ ଅଧିକାରୀ ହର୍ଷ ବର୍ଦ୍ଦନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରବିବାର ଦିନ ଘଟିଛି। ଅଧିକାରୀ ଜଣକ ମଧ୍ୟ ପ୍ରଦେଶର ଅଟନ୍ତି। ତାଙ୍କୁ ହସନ ଜିଲ୍ଲାରେ ପ୍ରଥମ ପୋଷ୍ଟିଙ୍ଗ ମିଳିଥିଲା। ୨୬ ବର୍ଷୀୟ ହର୍ଷ ବର୍ଦ୍ଧନ ୨୦୨୩ ବ୍ୟାଚର ଅଧିକାରୀ ଥିଲେ। ତାଙ୍କୁ କର୍ଣ୍ଣାଟକ କ୍ୟାଡରରେ ମିଳିଥିଲା। ସେ ମସୁରୀ ସ୍ଥିତ କର୍ଣ୍ଣାଟକ ପୋଲିସ ଏକାଡେମୀରେ ଟ୍ରେନିଂ ପୂରା କରିଥିଲେ।
ଏହି ଦୁର୍ଘଟଣାଟି କିଟ୍ଟାନେ ପାଖରେ ଅପରାହ୍ଣ ୪ଟା ୨୦ଟାରେ ହୋଇଥିଲା। ହସନ ଜିଲ୍ଲା ପୋଲିସ ଅନୁସାରେ ଯେଉଁ କାରରେ ବର୍ଦ୍ଧନ ଯାତ୍ରା କରୁଥିଲେ, ସେହି କାରର ଚକା ଫାଟିଯାଇଥିଲା। ଏଥିରେ ଡ୍ରାଇଭର ଜିଲ୍ଲା ସଶସ୍ତ୍ର ରିଜର୍ଭ କନେଷ୍ଟବଳ ମଞ୍ଜେଗୌଡା ଅନିୟନ୍ତ୍ରୀତ ହୋଇଥିଲେ। ଗାଡ଼ି ସଡ଼କ ପାଖରେ ଥିବା ଏକ ଘର ଏବଂ ଗଛରେ ପିଟି ହୋଇଯାଇଥିଲେ।
ବର୍ଦ୍ଧନଙ୍କ ମୁଣ୍ଡରେ ଗମ୍ଭୀର ଭାବେ ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ହସନର ଜନପ୍ରିୟା ହସ୍ପିଟାଲ ନିଆଯାଇଥିଲା। ଗମ୍ଭୀର ଆଘାତକୁ ଦେଖି ତାଙ୍କୁ ବେଙ୍ଗଲୁରୁର ହସ୍ପିଟାଲକୁ ପଠାଯିବା ପାଇଁ ପ୍ରସ୍ତୁତ କରାଯାଇଥିଲା, ହେଲେ ତାଙ୍କୁ ବଞ୍ଚାଯାଇ ପାରିନଥିଲା। ତାଙ୍କର ହସନରେ ଚିକିତ୍ସା ଚାଲୁଥିଲା।