fbpx

ସ୍କୁଲ ଖୋଲିବା ନେଇ ଅଗଷ୍ଟରେ ନିଷ୍ପତ୍ତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର, ୯ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କ୍ରମାଗତ ଭାବେ ୭ରୁ ୮ଦିନ ହେବ ବହୁ ସଂଖ୍ୟକ କରୋନା ପଜିଟିଭ ରାଜ୍ୟରେ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ଭୟରେ ସ୍କୁଲ ଓ କଲେଜ ମଧ୍ୟ ଖୋଲାଯାଇ ପାରୁ ନାହିଁ । ତେଣୁ ପିଲାଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ଶିକ୍ଷାବର୍ଷ ପାଠପଢ଼ାକୁ ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇ କହିଛନ୍ତି ଯେ ଶିକ୍ଷାବର୍ଷ ଜାରି ରହିଲେ ସିବିଏସଇ ଯାହା ନିଷ୍ପତ୍ତି ନେଇଛି ସେନେଇ ବିଚାର ହେବ ।

ଅଗଷ୍ଟରେ ସ୍ଥିତିକୁ ଦେଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ । ସ୍କୁଲ ଖୋଲିବା ଆଧାରରେ ପାଠପଢ଼ା ନିଷ୍ପତ୍ତି ନିଆଯିବ । କେତେ ପ୍ରତିଶତ ପାଠପଢ଼ା ଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.