fbpx

ଆଣ୍ଡ୍ରଏଡ଼ ଫୋନରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୯ା୭(ଓଡ଼ିଶା ଭାସ୍କର): ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ତେଣୁ ପିଲାଙ୍କ ପାଠପଢ଼ାରେ ବେଶ ପ୍ରଭାବ ପଡ଼ିଛି । କୌଣସି ପରୀକ୍ଷା ମଧ୍ୟ ହୋଇପାରୁ ନାହିଁ । ଏହାରି ମଧ୍ୟରେ ଆଜି ଡ଼ିପ୍ଲୋମା ପରୀକ୍ଷା ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଣ୍ଡ୍ରଏଡ଼ ଫୋନରେ ଡିପ୍ଲୋମା ଛାତ୍ରଛାତ୍ରୀ ପରୀକ୍ଷା ଦେବେ । କମ୍ପ୍ୟୁଟର ଓ ଲାପଟପ ନଥିଲେ ବି ଆଣ୍ଡ୍ରଏଡ଼ ଫୋନରେ ସମସ୍ତ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବେ । ଆସନ୍ତା ଅଗଷ୍ଟ ୧ରୁ ୨୦ ତାରିଖ ସୁଦ୍ଧା ପରୀକ୍ଷା ଶେଷ ହେବ । ପରୀକ୍ଷାର ୭ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବା ନେଇ ସୂଚନା ରହିଛି । ଚଳିତବର୍ଷ ପ୍ରାୟ ୨୫ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

Get real time updates directly on you device, subscribe now.