fbpx

ଉନ୍ନାଓ ଦୁଷ୍କର୍ମ, ପୂର୍ବତନ ବିଜେପି ବିଧାୟକ ସେଙ୍ଗରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ, ୨୦ା୧୨: ଉନ୍ନାଓ ଦୁଷ୍କର୍ମରେ ପୂର୍ବତନ ବିଜେପି ବିଧାୟକ କୂଳଦୀପ ସିଂହ ସେଙ୍ଗରଙ୍କୁ ଆଜୀବନ ଜେଲ ହୋଇଛି । ଏହି ଦଣ୍ଡାଦେଶ ଶୁଣାଇଛନ୍ତି ତିସହଜାରୀ କୋର୍ଟ । ଆଜୀବନ ଜେଲ ସହ ୨୫ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ମଧ୍ୟ ନର୍ଦ୍ଦେଶ ହୋଇଛି । ସେହି ୨୫ଲକ୍ଷରୁ ୧୦ଲକ୍ଷ ଟଙ୍କା ପୀଡ଼ିତାଙ୍କ ପରିବାରକୁ ଦିଆଯିବ ବୋଲି ଜଣାପଡ଼ିଛି । ଦିଲ୍ଲୀରେ ପୀଡ଼ିତା ଓ ତାଙ୍କ ପରିବାରକୁ ବର୍ଷେ ଯାଏ ଭଡ଼ାରେ ଘର ମିଳିବ । ଘର ପାଇଁ ୧୫ହଜାର ଟଙ୍କା ଭଡ଼ା ଦେବେ ଉତ୍ତରପ୍ରଦେଶ ସରକାର । ମାସେ ମଧ୍ୟରେ ଜୋରିମାନା ନଦେଲେ ସେଙ୍ଗରଙ୍କ ସମ୍ପତ୍ତି ଜବତ ହେବ । ସେପଟେ ପୀଡ଼ିତା ଓ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ନେବ ସିବିଆଇ ।

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶର ଉନ୍ନାଓରେ ନାବାଳିକାଙ୍କୁ ଅପହରଣ କରିବା ପରେ ତାଙ୍କୁ ଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୂର୍ବତନ ବିଜେପି ବିଧାୟକ କୂଳଦୀପ ସିଂହ ସେଙ୍ଗର ଗତ କିଛି ଦିନ ତଳେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ତିସହଜାରୀ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଉନ୍ନାଓ ମୋଟ ୫ଟି ମାମଲାରୁ ଗୋଟିକରେ ବିଧାୟକ ଦୋଷୀ ସାବ୍ୟସ୍ତ ହୋଇଥିଲେ । ଜୁନ ୨୦୧୭ରେ ନାବାଳିକାଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଥିଲା ।

Get real time updates directly on you device, subscribe now.