Breaking: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲା ରାଣୀ, ଗର୍ଭାଶୟ ସଂକ୍ରମଣରେ ଥିଲା ଆକ୍ରାନ୍ତ

ସମ୍ବଲପୁର: ସମ୍ବଲପୁର ପ୍ରାଣୀ ଉଦ୍ୟାନରେ କଲରାପତରିଆ ବାଘର ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ବାଘ ରାଣୀର ମୃତ୍ୟୁ ଘଟିଛି । ଗର୍ଭାଶୟ ସଂକ୍ରମଣରେ ଆକ୍ରାନ୍ତ ରାଣୀର ଚାଲିଥିଲା ଚିକିତ୍ସା । ଗତମାସରେ ରାଣୀକୁ କମନ ଏନକ୍ଲୋଜରରେ ଛଡ଼ାଯାଇଥିଲା । ସାପଡ଼ାରୁ ଆସିଥିବା କଲରାପତରିଆ ରାଜା ଓ ରାଣୀକୁ ସେଠାରେ ଏକାଠି ରଖାଯାଇଥିଲା । ଦୁଇଜଣଯାକଙ୍କ ଚେକଅପ୍ କରି ଏକାଠି ରଖାଯାଇଥିଲା । କିନ୍ତୁ ହଠାତ୍ ରାଣୀ ଅସୁସ୍ଥ ହୋଇପଡ଼ିଥିଲା । ଯାହାପରେ ତା’ ଚିକିିତ୍ସା ଚାଲିଥିଲା ।