ନୂଆଦିଲ୍ଲୀ: ଅଭିନେତ୍ରୀଙ୍କ ସହ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ମେକ୍ସିନ୍ କ୍ଷୁଦ୍ର ଚଳଚ୍ଚିତ୍ର ଅଭିନେତ୍ରୀ ମାର୍ସେଲା ଆଲକାଜାର ରୋଡ୍ରିଗେଜ୍ ଙ୍କ ଦେହାନ୍ତ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଆଧ୍ୟାତ୍ମିକ ଏକାନ୍ତବାସରେ ଥିଲେ। ଏହି ପ୍ରକ୍ରିୟା ସମୟରେ ସେ ମଙ୍କି ଫ୍ରଗର ବିଷ ପିଇଦେଇଥିଲେ। ଯେଉଁଥିପାଇଁ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଅଭିନେତ୍ରୀଙ୍କ ବୟସ ୩୩ ବର୍ଷ ହେବ ବୋଲି କୁହାଯାଉଛି।
ରିପୋର୍ଟ ଅନୁଯାୟୀ, ଏହି ଅଭିନେତ୍ରୀ ମେକ୍ସିକୋରେ ହିଲର୍ ଟ୍ରେନିଂ ପ୍ରୋଗ୍ରାମରେ ଭାଗ ନେଇଥିଲେ। ଯେଉଁଥିରେ ସେ କୋମ୍ବୋ ନାମକ ଏକ ପାନୀୟ ପିଇଥିଲେ । ଦକ୍ଷିଣ ଆଫ୍ରିକାରେ ଏମିତି ଏକ ପାନୀୟ ଅଛି ଯେଉଁଥିରେ ବେଙ୍ଗ ବିଷ ରହିଥାଏ । ଯାହାପାରମ୍ପରିକ ଭାବେ ଅନେକ ସ୍ଥାନରେ ବ୍ୟବହୃତ ହୋଇଥାଏ । ତେବେ ଅନେକ ଦେଶରେ ଏହାକୁ ନିଷିଦ୍ଧ କରାଯାଇଛି ।
‘ମେଟ୍ରୋ’ର ରିପୋର୍ଟ ଅନୁଯାୟୀ, ଏହି ପାନୀୟ ପିଇବା ମାତ୍ରେ ମାର୍ସେଲା ବାନ୍ତି କରିବା ଆରମ୍ଭ କରିଥିଲେ। ଏହା ଚିକିତ୍ସାର ଏକ ଅଂଶ ଯେଉଁଥିରେ ଏହାକୁ ପିଇବା ସମୟରେ ଶରୀର ସାଧାରଣତଃ ଏହି ଉପାୟରେ ପ୍ରତିକ୍ରିୟା କରିଥାଏ । ପ୍ରଥମେ ସେମାନେ ସାହାଯ୍ୟ ନେବାକୁ ମନା କରିଦେଇଥିଲେ। କିନ୍ତୁ ତାଙ୍କ ସାଙ୍ଗ ଆସିବା ପରେ ସେ ଚିକିତ୍ସା ପାଇଁ ରାଜି ହୋଇଥିଲେ। ରୋଡ୍ରିଗେଜ୍ ଙ୍କୁ ତୁରନ୍ତ ରେଡ୍ କ୍ରସ୍ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମାର୍ସେଲା ଆଲକାଜାର ରୋଡ୍ରିଗେଜ୍ ଙ୍କ ମୃତ୍ୟୁ ଖବର ମାପାଚେ ଫିଲ୍ମସ୍ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରଦାନ କରିବା ସହ ଆଖିରେ ଲୁହ ଭରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।
ଅନେକ ପ୍ରଜାତିର ବେଙ୍ଗ ଅଛନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ମଙ୍କି ଫ୍ରଗ୍ । ଏମାନେ ଦକ୍ଷିଣ ଆଫ୍ରିକାରେ ଦେଖାଯାଆନ୍ତି । ଏହି ବେଙ୍ଗମାନେ ଟ୍ରି ଫ୍ରଗର ବଂଶଧର ଅଟନ୍ତି । ସାଧାରଣତଃ ଆପଣ ଦେଖିଥିବା ବେଙ୍ଗମାନେ ପାଣିରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ମଙ୍କି ଫ୍ରଗ୍ ଗଛରେ ରହିବାକୁ ପସନ୍ଦ କରେ । ଏହି ବେଙ୍ଗର ଚର୍ମରେ ଥିବା ପଦାର୍ଥ ବିଷାକ୍ତ ହୋଇପାରେ । ଏହା ମଧ୍ୟ କୁହାଯାଏ ଯେ ଏହି ଚର୍ମର ପଦାର୍ଥ ଏତେ ବିଷାକ୍ତ ଯେ ଏହା ହେପାଟାଇଟିସ୍ ମଧ୍ୟ ସୃଷ୍ଟି କରିପାରେ । ଖାଲି ସେତିକି ନୁହେଁ ଏହା ଅନେକ ଅଙ୍ଗକୁ କ୍ଷତି ପହଞ୍ଚାଇପାରେ ।