ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ସବୋର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନ(UPSSSC) ମୁଖ୍ୟ ସେବିକା ପଦବୀ ପାଇଁ ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନର ଲିଷ୍ଟ ଜାରି କରିଛି । ଆୟୋଗ ଦ୍ବାରା 2025 ମସିହାରେ ଫେବୃଆରୀ ମାସରେ ଇଣ୍ଟରଭ୍ୟୁର ଆୟୋଜନ କରାଯିବ । ଏଥିପାଇଁ ଡିସେମ୍ବର 17 ତାରିଖରୁ ଡକ୍ୟୁମେଣ୍ଟ ଭେରିଫିକେସନ ଆରମ୍ଭ ହୋଇ ଫେବୃଆରୀ 13 ତାରିଖ ଯାଏଁ ଚାଲିବ । ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ upsssc.gov.in ରୁ UPSSSC ମୁଖ୍ୟ ସେବିକା କିମ୍ବା ପ୍ରଧାନ ସେବିକା ପଦ ପାଇଁ ସାକ୍ଷାତକାର ସୂଚୀ ଡାଉନଲୋଡ୍ କରିପାରିବେ ।
UPSSSC ମୁଖ୍ୟ ସେବା ପାଇଁ ଇଣ୍ଟରଭ୍ୟୁ / ଡକ୍ୟୁମେଣ୍ଟ୍ ଭେରିଫିକେସନ୍ ରାଉଣ୍ଡ ପାଇଁ ମୋଟ 8337 ପ୍ରାର୍ଥୀ ସର୍ଟଲିଷ୍ଟ ହୋଇଛନ୍ତି । ଇଣ୍ଟରଭ୍ୟୁ / ଡକ୍ୟୁମେଣ୍ଟ ଯାଞ୍ଚ ରାଉଣ୍ଡ 17 ଡିସେମ୍ବର 2024 ରୁ ଫେବୃଆରୀ 13, 2025 ପର୍ଯ୍ୟନ୍ତ କରାଯିବ । ଇଣ୍ଟରଭ୍ୟୁ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ସକାଳ ସକାଳ 10 ଟାରୁ ଦିନ 1ଟା 30 ଏବଂ ଦ୍ବିତୀୟ ସିଫ୍ଟ ଦ୍ବିପହର 2.30 ରୁ 5.30 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯୋଗ୍ୟ ପ୍ରାର୍ଥୀମାନେ ସରକାରୀ ୱେବସାଇଟ୍ upsssc.gov.in ରୁ UPSSSC ମୁଖ୍ୟ ସେବିକା କିମ୍ବା ପ୍ରଧାନ ସେବାକା ପୋଷ୍ଟ ପାଇଁ ସେମାନଙ୍କର ଇଣ୍ଟରଭ୍ୟୁ କଲ୍ ଲେଟର ଡାଉନଲୋଡ କରିପାରିବେ । 2023 ମସିହା ସେପ୍ଟେମ୍ବର 24 ତାରିଖରେ ମୁଖ୍ୟ ସେବିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । 2567 ମୁଖ୍ୟ ସେବିକା ପଦ ପୂରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହାପୂର୍ବରୁ ଆୟୋଗ ମୋଟ 2693 ମୁଖ୍ୟ ସେବକ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଥିଲେ ।