ASO ଚାକିରି ବିକ୍ରି ପ୍ରସଙ୍ଗରେ କମ୍ପିଲା ଗୃହ, ସାଢ଼େ ୧୧ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି

ଭୁବନେଶ୍ବର: ଗୃହକାର୍ଯ୍ୟ ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ । ଗୃହରେ ବିଜେଡି ବିଧାୟକଙ୍କର ହଟ୍ଟଗୋଳ ଓ ନାରାବାଜି ଦେଖାଦେଇଥିଲା । ଏହା ପରେ ଗୃହକୁ ସାଢ଼େ ୧୧ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ । ଗତକାଲି ମଧ୍ୟ ହଟ୍ଟଗୋଳ ଯୋଗୁଁ ମୁଲତବି ରଖାଯାଇଥିଲା । ସୂଚନା ଅନୁସାରେ, କାଲି ମୁଖ୍ୟମନ୍ତ୍ରୀ ଦେଇଥିବା ବିବୃତ୍ତିକୁ ବିରୋଧ କରି ବିଜେଡି ହଟ୍ଟଗୋଳ କରିଥିଲା । ଏଏସଓ ଚାକରି ବିକ୍ରି ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କାଲି କହିଥିଲେ, ଏହାପରେ ଆଜି ବିରୋଧୀ ଏହାକୁ ନେଇ ଗୃହରେ ନାରାବାଜି ଦେଇଛନ୍ତି । କିଏ ଏବଂ କେଉଁଠି ବିକ୍ରି କରିଥିଲେ, ସେନେଇ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିରୋଧୀ କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ୍ ନିକଟରେ ବିଜେଡି ବିଧାୟକମାନେ ହଙ୍ଗାମା କରିବା କାରଣରୁ ଗୃହକୁ 11ଟା 30 ଯାଏଁ ମୁଲତବି ରଖାଯାଇଛି ।