ନୂଆଦିଲ୍ଲୀ: ତୁର୍କୀରୁ ଆସିଛି ଏକ ବଡ଼ ଖବର । ଦୁଇ ସେନା ହେଲିକପ୍ଟର ପରସ୍ପର ସହ ଧକ୍କା ହେବା ଫଳରେ ଗୋଟିଏ ହେଲିକପ୍ଟରରେ ଯାତ୍ରା କରୁଥିବା ୫ ଜଣ ସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଦ୍ୱିତୀୟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଯାଇଛି । ତେବେ ଏହି ଦୁର୍ଘଟଣାରେ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ମଧ୍ୟ ରିପୋର୍ଟରେ କୁହାଯାଇଛି । ତାଙ୍କୁ ଏବେ ମେଡିକାଲରେ ଚିକିତ୍ସା କରାଯାଉଛି । ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଦକ୍ଷିଣ-ପଶ୍ଚିମୀ ପ୍ରାନ୍ତ ଇମ୍ପାର୍ଟାରେ ଏହି ଅଘଟଣ ଘଟିଥିଲା । ମୃତକଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର ଜେନେରାଲ ମଧ୍ୟ ସାମିଲ ଥିଲେ, ସେ କି ବିମାନନ ସ୍କୁଲର ପ୍ରଭାରୀ ଥିଲେ । ତେବେ ଦୁଇ ହେଲିକପ୍ଟର କେଉଁ କାରଣରୁ ପରସ୍ପର ସହ ଧକ୍କା ହୋଇଥିଲେ ସେନେଇ ଏବେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।
ଏହି ମାମଲାର ତଦନ୍ତ ଆରମ୍ଭ ହୋଇଥିବା ଗଭର୍ଣ୍ଣର ଅବଦୁଲ୍ଲା ଇରିନ ସୂଚନା ଦେଇଛନ୍ତି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଦୁର୍ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀମାନେ ପାଣି ପକାଇ ନିଆଁକୁ ଆୟତ୍ତ କରୁଥିବା ଦେଖାଯାଉଛି । ତୁର୍କୀ ସେନାର ଦୁଇଟି ୟୁଏଚ-୧ ହେଲିକପ୍ଟର ଟ୍ରେନିଂ ସମୟରେ ପରସ୍ପର ସହ ମୁହାଁମୁହିଁ ହୋଇଥିଲେ । ଦୁର୍ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଧୂଆଁମୟ ଦେଖିବାକୁ ମିଳିଥିଲା । ତା’ପରେ ଫାୟାରବ୍ରିଗେଡ ଗାଡ଼ି ମାଧ୍ୟମରେ ଅଗ୍ନିକୁ ନିୟନ୍ତ୍ରଣ କରାଯାଇଥିଲା ।
⚡️Military Helicopter Crashes in Turkiye, Killing Five Personnel – Reports pic.twitter.com/FZavNJf0od
— RT_India (@RT_India_news) December 9, 2024