ନୂଆଦିଲ୍ଲୀ: ବ୍ୟାଙ୍କ ମ୍ୟାନେଜରର ଦେଶୀ କୁକୁଡା ନିଶା । 12 ଲକ୍ଷ ଟଙ୍କାର ଲୋନ ପାଇଁ ଖାଇଗଲେ ପ୍ରାୟ 40 ହଜାରର କୁକୁଡା । ଲୋନ କରାଇଦେବା ପାଇଁ କହି ଖାଇଦେଲେ 39 ହଜାର ଟଙ୍କାର କୁକୁଡା । ହେଲେ ମନ ଭାଙ୍ଗିଗଲା ପରେ ପ୍ରତିଶୃତିରୁ ଓହରିଗଲେ । ଲୋନ ହୋଇପାରିବନି କହି ଚାଷୀଙ୍କୁ ମନା କରଦେଇଥିବା ଜଣାପଡିଛି । ଛତିଶଗଡ ମସ୍ତୁରି ସ୍ଥିତ ଜଣେ ବ୍ୟାଙ୍କ ମ୍ୟାନେଜର ଏଭଳି କରିଥିବା ଖବର ସାମ୍ନାକୁ ଆସିଛି ।
ସୂଚନା ଅନୁସାରେ, ଜଣେ ଚାଷୀ ଚାଷ ଆଶାରେ ବ୍ୟାଙ୍କ ମ୍ୟାନେଜରଙ୍କ ନିକଟରେ ପହଞ୍ଚିଥିଲେ । ତେବେ ଲୋନ ପାଇଁ ଦେଶୀ କୁକୁଡାର ଆବଶ୍ୟକ ବୋଲି ମ୍ୟାନେଜର କହିଥିଲେ । ଏହାପରେ ପ୍ରତିଦିନ ଚାଷୀଜଣକ କୁକୁଡା ଖାଇବା ପାଇଁ ଦେଉଥିଲା । ପ୍ରାୟ 39 ହଜାର ଟଙ୍କାର କୁକୁଡା ଏବଂ 10 ପ୍ରତିଶତ କମିଶନ ସତ୍ତ୍ବେ ବ୍ୟାଙ୍କ ମ୍ୟାନେଜର ଋଣ ଦେବାକୁ ମନା କରିଦେଇଛନ୍ତି । ତେବେ ବ୍ୟବସାୟ ବଢାଇବା ପାଇଁ ସ୍ବପ୍ନ ଦେଖିଥିବା ଚାଷୀଙ୍କର ବ୍ୟବସାୟ ସମ୍ପୁର୍ଣ୍ଣ ଭାବେ ବୁଡି ଯାଇଛି । ସେ କୌଣସି ଉପାୟ ନ ପାଇ ଦେଶୀ କୁକୁଡ଼ା ବାବଦ ଟଙ୍କା ବ୍ୟାଙ୍କ ମ୍ୟାନେଜରଙ୍କୁ ମାଗିଥିଲେ। ହେଲେ ସେ ଟଙ୍କା ଦେଇ ନଥିଲେ । ଧୋକା ପାଇବା ପରେ ଚାଷୀଜଣକ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟ(ଏସଡିଏମ) ଅଫିସରେ ଅଭିଯୋଗ କରିଥିଲେ । ମ୍ୟାନେଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ କୁକୁଡା ପଇସା ଫେରାଇବା ପାଇଁ ଚାଷୀ ଜଣକ ଦାବି ରଖିଛନ୍ତି ।