ନୂଆଦିଲ୍ଲୀ- ଦିଲ୍ଲୀର ଅଶୋକ ନଗରରେ ଥିବା ତାଜ ହୋଟେଲ ନିକଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାରଇରାଲ ହେଉଛି । ଦିଲ୍ଲୀର ରାସ୍ତାର ସ୍ଥିତିକୁ ନେଇ କେହି ଟିପ୍ପଣୀ କରୁଥିବା ବେଳେ କେହି ହୋଟେଲ କର୍ତ୍ତୃପକ୍ଷଙ୍କୁ ଭର୍ତ୍ସନା କରୁଛନ୍ତି । ହୋଟେଲ ଆଗରେ ଅଣଓସାରିଆ ରାସ୍ତା ପାଲଟିଛି ମରଣଯନ୍ତା । ହୋଟେଲର ଗ୍ରାହକ ସେହି ରାସ୍ତା କଡର ଖାଲରେ ପଡି ଖଣ୍ଡିଆ ଖାବରା ହେଉଥିବା ବେଳେ ଏହାକୁ ସଜାଡିବାକୁ ନା ପ୍ରଶାସନ ଚେଷ୍ଟା କରୁଛି, ନାହିଁ ଚାହୁଁଛି ହୋଟେଲ । ସମସ୍ତେ ନିଜ ନିଜ ଧୁନରେ ମଗନ ।
ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, ଏକ ଦମ୍ପତି ବାଇକରେ ଅଣଓସାରିଆ ରାସ୍ତାରେ ନିଜ ଛୋଟ ପିଲାକୁ ସାଙ୍ଗରେ ନେଇ ଯାଉଥିବା ବେଳେ କଡରେ ଥିଲା ଖାଲରେ ଖସିପଡୁଛନ୍ତି । ସପରିବାର ଗାଡି ସହ ଖାଲରେ ପଡିବା ପରେ ହୋଟେଲ ଓ ସ୍ଥାନୀୟ କିଛି ଲୋକ ସେମାନଙ୍କୁ ଆସି ଉଦ୍ଧାର କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି । ଭିଡିଓ ସେୟାର କରିଥିବା ଥନଭିର ରଙ୍ଗ୍ରେଜ ଲେଖିଛନ୍ତି କି, ଅଶୋକ ନଗର ତାଜ ହୋଟେଲରୁ ଖାଇପିଇ ବାଇକରେ ଫେରୁଥିବା ବେଳେ ଖୋଲା ନାଳରେ ସମସ୍ତେ ଖସି ପଡିଛନ୍ତି । ତେବେ ଏଠାରେ କହି ରଖୁଛୁ କି ଏହା ନାମଜାଦା ତାଜ ହୋଟେଲ ନୁହେଁ । ଅଶୋକ ନଗରରେ ତାଜ ନାମରେ ଥିବା ଛୋଟ ଏକ ହୋଟେଲ ବୋଧେ ।
ତେବେ ନିଜ ହୋଟେଲ ଆଗରେ ଏମିତି ଏକ ଖୋଲା ନାଳ ରହିଛି, ତାର ମରାମତି ବା ଘୋଡେଇବାକୁ ହୋଟେଲ ମାଲିକଙ୍କର ନିଘା ନାହିଁ । ଖାଦ୍ୟ ଉପରେ ଟ୍ୟାକ୍ସ ନେଇ ନିଜ ବ୍ୟବସାୟରେ ମସ୍ତ । ସେପଟେ ଦିଲ୍ଲୀ ସରକାର ମଧ୍ୟ ନିଘୋଡ ନିଦରେ ବୋଲି ୟୁଜର୍ସ ଭିଡିଓରେ କମେଣ୍ଟ କରୁଛନ୍ତି । ଅଧିକାଂଶ ୟୁଜର୍ସଙ୍କ ଆକ୍ରୋଶ ହୋଟେଲ ମାଲିକ ତଥା ଦିଲ୍ଲୀ ସରକାର ଉପରେ ବର୍ଷୁଛି । ଏହି ଘଟଣାଟି ୪ ତାରିଖ ରାତିର ।
अशोक नगर के ताज होटल से खाना खाकर निकले बाइक सवार पति पत्नी खुले नाले में जा गिरे ,,, pic.twitter.com/3h9H1HpfWV
— TANVIR RANGREZ (@virjust18) December 9, 2024