ୱାନ ନେସନ, ୱାନ ଇଲେକ୍ସନ ବିଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ, ଖୁବଶୀଘ୍ର ସଂସଦରେ ଉପସ୍ଥାପିତ ହେବ ଏହି ବିଲ୍

ନୂଆଦିଲ୍ଲୀ: ୱାନ ନେସନ, ୱାନ ଇଲେକ୍ସନ ବିଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ। କ୍ୟାବିନେଟ ମଞ୍ଜୁରୀ ଦେଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି। ଆସନ୍ତା ସପ୍ତାହରେ ସଂସଦରେ ଏହି ବିଲ୍ ଉପସ୍ଥାପିତ ହେବାର ସମ୍ଭାବନା ରହିଛି। ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି।

ଏହା ପୂର୍ବରୁ ବୁଧବାର ଦିନ କେନ୍ଦ୍ରୀୟ କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ୱାନ ନେସନ, ୱାନ ଇଲେକ୍ସନର ଯୁକ୍ତି କରି କହିଥିଲେ ଯେ, ବାରମ୍ବାର ଦେଶରେ ନିର୍ବାଚନ ଦେଶର ପ୍ରଗତିରେ ବାଧା ଉତ୍ପନ୍ନ କରୁଛି। ଆନ୍ତର୍ଜାତୀୟ ଗୀତା ମହୋତ୍ସବ ଅନୁଯାୟୀ, କୁରୁକ୍ଷେତ୍ରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋନ୍ଧିତ କରି ଶିବରାଜ ସିଂହ ଚୌହାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଖୁବ ଜୋରରେ ଆଗେଇ ଚାଲିଛି।