ମୋନପୁରୀ: କଏଦୀ ଗାଡ଼ି ଚଲଉଥିବା ଆଉ ତା’ ପଛରେ ପୋଲିସ ବସିଥିବେ! ଏମିତିକା ଦୃଶ୍ୟ ହୁଏତ ଫିଲ୍ମ କିମ୍ବା ସିରିଏଲରେ ଦେଖିଥିବେ । କିନ୍ତୁ ସତ ସତିକା ଏମିତିକା ଦୃଶ୍ୟ ଦେଖିବା ବିରଳ । କିନ୍ତୁ ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲଗାଇର୍ଛି, ଯେଉଁଥିରେ ଜଣେ କଏଦୀ ହାତକଡ଼ୀ ବାନ୍ଧୀ ବାଇକ୍ ଚଲାଉଥିବାର ଦେଖିବାକୁ ମିଳିଛି । ଆଉ ବାଇକ୍ ପଛରେ ପୋଲିସ ୟୁନିଫର୍ମ ପିନ୍ଦି ବସିଛନ୍ତି ଜଣେ ଥାନା କର୍ମଚାରୀ ।
ଭିଡିଓଟି ଉତ୍ତର ପ୍ରଦେଶ ମୋନପୁରୀର । କେତେଜଣ ଲୋକ କାରରେ ଯାଉଥିବାବେଳେ ଏହି ଭିଡିଓଟି ରେକର୍ଡ କରିଛନ୍ତି । ଯେଉଁଥିରେ ଜଣେ କଏଦୀ ହାତରେ ହାତକଡ଼ୀ ବନ୍ଧା ହୋଇଥିବାବେଳେ ସେ ବାଇକ୍ ଚଲଉଛନ୍ତି । ଆଉ ପୋଲିସ ଜଣକ ହେଲମେଟ୍ ପିନ୍ଧି ଚୁପଚାପ୍ ତା’ ପଛରେ ବାଇକରେ ବସିଛନ୍ତି । ଭିଡିଓ ରେକର୍ଡ କରୁଥିବା ଲୋକମାନେ କୁହାକୁହି ହେଉଛନ୍ତି କଏଦୀ ଭୋପୁରର କାରଣ ଏପ୍ରକାର ବିଚିତ୍ର ଘଟଣା ଆଉ କେଉଁଠାରେ ମଧ୍ୟ ଦେଖିବାକୁ ମିଳିବ ନାହିଁ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓକୁ ଦେଖି ସ୍ଥାନୀୟ ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି । ତେବେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଥିବା ଦେଖି ଅନେକ ମଜାଳିଆ କମେଣ୍ଟ ଦେଇ କହିଛନ୍ତି ଯେ, କଏଦୀ ଜଣକ ବିନା ହେଲମେଟରେ କଏଦୀ ଜଣକ କେମିତି ହେଲମେଟ ଚଲାଉଛନ୍ତି? ପୋଲିସ ବାବୁ ଆରାମରେ ହେଲମେଟ ଲଗେଇ ବସିଛନ୍ତି ।