ନୂଆଦିଲ୍ଲୀ: ଇରେକ୍ଟାଇଲ ଡିସଫଙ୍କସନ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ବନ୍ଧୀୟ ଏକ ସମସ୍ୟା, ଯେଉଁଥିରେ ଲିଙ୍ଗ ଯୌନ ସମ୍ପର୍କ ରଖିବା ପାଇଁ ଉତ୍ତେଜିତ ହେବାରେ ସକ୍ଷମ ହୁଏ ନାହିଁ । ଯେତେବେଳେ ଲିଙ୍ଗରେ ରକ୍ତ ପ୍ରବାହ ଦ୍ରୁତ ହୁଏ, ସେ ଯୌନ ସମ୍ପର୍କ ରଖିବାକୁ ଉତ୍ସାହିତ ହୁଏ, କିନ୍ତୁ ଯେତେବେଳେ ରକ୍ତ ପ୍ରବାହ ଅଧିକ ନଥାଏ, ସେତେବେଳେ ପୁରୁଷ ଇରେକ୍ଟାଇଲ ଡିସଫଙ୍କସନ ସମସ୍ୟାର ସମ୍ମୁଖୀନ ହୁଅନ୍ତି । ଗବେଷଣାରୁ ଜଣାପଡିଛି ଯେ ଚାଳିଶ ବର୍ଷରୁ ଅଧିକ ବୟସର ପ୍ରାୟ ୨୦ ପ୍ରତିଶତ ପୁରୁଷ ଏହି ସମସ୍ୟାରେ ପୀଡିତ । ଖରାପ ଜୀବନଶୈଳୀ ଯୋଗୁଁ ଏହି ସମସ୍ୟା ଏବେ ଯୁବପିଢ଼ିଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି।
ଇରେକ୍ଟାଇଲ ଡିସଫଙ୍କସନର କାରଣ ମଧ୍ୟରେ ହାର୍ଟ, କିଡନୀ ଏବଂ ନିଦ୍ରା ରୋଗ, ମଧୁମେହ, ମେଦବହୁଳତା, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ, ବାର୍ଦ୍ଧକ୍ୟ, ଚାପ, ଚିନ୍ତା, ଅବସାଦ, ହର୍ମୋନ ଅସନ୍ତୁଳନ, ସମ୍ପର୍କରେ ସମସ୍ୟା, କମ୍ ଟେଷ୍ଟୋଷ୍ଟେରୋନ ସ୍ତର, ଅତ୍ୟଧିକ ନିଶାଦ୍ରବ୍ୟ ସେବନ, ଅତ୍ୟଧିକ ସିଗାରେଟ୍ କିମ୍ବା ମଦ୍ୟପାନ, ଆଘାତ କିମ୍ବା ଅସ୍ତ୍ରୋପଚାର କାରଣରୁ ପେଲଭିକ୍ ଅଞ୍ଚଳ କ୍ଷତିଗ୍ରସ୍ତ ହେବା, ଔଷଧ ଓ ଅନ୍ୟାନ୍ୟ ରୋଗର ପାର୍ଶ୍ୱ ପ୍ରତିକ୍ରିୟା ଇତ୍ୟାଦି ।
ଇରେକ୍ଟାଇଲ ସମସ୍ୟା ଥିଲେ ଏହାର ସହଜରେ ଚିକିତ୍ସା କରାଯାଇପାରିବ । ଏହାର ଚିକିତ୍ସା ପାଇଁ ଅନେକ ଉପଚାର ଉପଲବ୍ଧ ଅଛି । ଚିକିତ୍ସା ପୂର୍ବରୁ, ଏହି ସମସ୍ୟାର କାରଣ ବୁଝିବା ଜରୁରୀ କାରଣ ଏହା ଏହାର ସଠିକ୍ ଚିକିତ୍ସା କରିବା ସହଜ କରିଥାଏ | ଯଦି ସମ୍ପର୍କରେ ଚାପ କାରଣରୁ ଏହି ସମସ୍ୟା ସୃଷ୍ଟି ହୁଏ, ତେବେ ଥେରାପି ମାଧ୍ୟମରେ ଏହାର ଚିକିତ୍ସା କରାଯାଇପାରିବ । ଏହାବ୍ୟତୀତ ଅନ୍ୟ କୌଣସି କାରଣ ଥିଲେ ଡାକ୍ତରଙ୍କ ସହ କଥା ହୋଇପାରିବେ। ଡାକ୍ତର ଆପଣଙ୍କ ସମସ୍ୟା ଦେଖିବା ପରେ କିଛି ଔଷଧ ଖାଇବାକୁ ପରାମର୍ଶ ଦେଇପାରନ୍ତି ।
ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ ଏହି ସମସ୍ୟାକୁ ଅନେକାଂଶରେ ଦୂର କରାଯାଇପାରିବ । କିନ୍ତୁ ଏସବୁ ବ୍ୟତୀତ ଆମ ମଧ୍ୟରେ ଅନେକ ଘରୋଇ ଉପଚାର ଉପଲବ୍ଧ ଅଛି, ଯାହା ସାହାଯ୍ୟରେ ଇରେକ୍ଟାଇଲ ଡିସଫଙ୍କସନ ସମସ୍ୟା କୁ ସମ୍ପୂର୍ଣ୍ଣ ଦୂର କରାଯାଇପାରିବ । ନିମ୍ନରେ ଆମେ ଆପଣଙ୍କୁ କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଆପଣଙ୍କ ଇରେକ୍ଟାଇଲ ଡିସଫଙ୍କସନର ସମସ୍ୟାକୁ ସବୁଦିନ ପାଇଁ ଦୂର କରିପାରିବେ ଏବଂ ଆପଣଙ୍କ ଯୌନ ଜୀବନକୁ ଭରପୂର ଉପଭୋଗ କରିପାରିବେ ।
ଉପଯୁକ୍ତ ବ୍ୟାୟାମ କରିବା ସହ ଜୈବ ପନିପରିବା, ଫଳ, ଶସ୍ୟ ଏବଂ ମାଛ ଭଳି ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ ଖାଇବା ଏବଂ ଅଳ୍ପ ପରିମାଣରେ ରେଡି ମିଟ୍ ଏବଂ ରିଫାଇଣ୍ଡ ଶସ୍ୟ ଖାଇବା ଦ୍ୱାରା ଇରେକ୍ଟାଇଲ ଡିସଫଙ୍କସନ ହ୍ରାସ ପାଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ବାଦାମ, ଡାଳିମ୍ବ ଓ ରସୁଣ ପ୍ରତେକ ଦିନ କିଛି ମାତ୍ରାରେ ଖାଇବା ଉଚିତ୍। ଭିଟାମିନ୍ ଡି ଏବଂ ଭିଟାମିନ୍ ବି୧୨ର ଅତ୍ୟଧିକ ଅଭାବ ଯୋଗୁଁ ମଧ୍ୟ ଇରେକ୍ଟାଇଲ୍ ଡିସଫଙ୍କସନ୍ ହୋଇଥାଏ। ଦୈନିକ ମଲ୍ଟିଭିଟାମିନ୍ ଓ ଫର୍ଟିଫାଏଡ୍ ଖାଦ୍ୟ ଖାଇଲେ ଏହି ରୋଗ ଭଲ ହୋଇଥାଏ।