Big Breaking- ଚଳିତ ମାସ ଶେଷ ସୁଦ୍ଧା ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ସ୍ୱରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ- ପୁଣି ଓଡିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ଅମିତ ସାହ । ତେବେ ସାହଙ୍କ ଗସ୍ତକୁ ନେଇ କୌଣସି ନିର୍ଦ୍ଧିଷ୍ଟ ତାରିଖ ଘୋଷଣା ହୋଇନାହିଁ । ୨୮ରୁ ୩୦ ଭିତରେ କୌଣସି ଦିନ ସ୍ୱରାଷ୍ଟ୍ର ମନ୍ତ୍ରୀ ଓଡିଶା ଆସିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ଅମିତ ସାହ ।

ଏହି ତାରିଖ ଭିତରେ ରାଜ୍ୟକୁ ଆସି ଦୁଇଦିନ ରହିବେ । ସାହଙ୍କ ରହଣି କାଳରେ ସେ ଭୁବନେଶ୍ୱରରେ ବିଧାୟକମାନଙ୍କୁ ଦେବେ ତାଲିମ । ଏଥିସହ ଦୁଇ ଦିନିଆ ଗସ୍ତ କାଳରେ ସାହ ସମ୍ବଲପୁର ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା କହିଲେ ମନମୋହନ । ବିଜେପି ସରକାର ଗଠନ ପରେ ଏହା ସାହଙ୍କ ତୃତୀୟ ଗସ୍ତ ହେବାକୁ ଯାଉଛି ।

ବିଜେପି ରାଜ୍ୟରେ ସରକାର ଗଠନ କରିବା ପରଠାରୁ ବାରମ୍ବାର କେନ୍ଦ୍ରୀୟ ନେତୃତ୍ୱଙ୍କ ଆଗମନ ହେଉଛି ଓଡିଶାକୁ । ଶୀର୍ଷ ନେତୃତ୍ୱ ଏଠାରେ ବିଧାୟକଙ୍କୁ ତାଲିମ ମଧ୍ୟ ଦେଉଛନ୍ତି । ବିଧାୟକଙ୍କ କାମ କେମିତି ରହିବ ରାଜ୍ୟ ତଥା ରାଜ୍ୟବାସୀଙ୍କ ପ୍ରତି ତାହା ତାଲିମ ଦେବା ସହ ବିଧାନସଭାରେ ସେମାନଙ୍କ ଭୁମିକା ସମ୍ପର୍କରେ ମଧ୍ୟ ତାଲିମ ଦେଉଛନ୍ତି ।

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ କରିଛି । ଅନେକ ନୂଆ ବିଧାୟକ ରହିଛନ୍ତି । ମନ୍ତ୍ରୀ ମଣ୍ଡଳରେ ମଧ୍ୟ ଅନେକ ନୂଆ ବିଧାୟକ ସ୍ଥାନ ପାଇଛନ୍ତି । ତେଣୁ ସେମାନଙ୍କ ଆଚରଣ ଓ ଉଚାରଣ କିପରି ହେବା ଆବଶ୍ୟକ ତାକୁ ଗୁରୁତ୍ୱ ଦେଉଛି ଶୀର୍ଷ ନେତୃତ୍ୱ ।