CNG କାର ବ୍ୟବହାର ପଡ଼ିବ ମହଙ୍ଗା ! ଏହି ଭୁଲ କରୁଥିଲେ ହୋଇଯାନ୍ତୁ ସାବଧାନ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତିଙ୍କ ମଧ୍ୟରେ CNG କାରକୁ ନେଇ କ୍ରେଜ୍ ବୃଦ୍ଧି ପାଇବାରେ ଲାଗିଛି । ଏହା ବିନା ଇନ୍ଧନରେ ଚାଲିଥାଏ ଯଦ୍ୱାରା ପର୍ଯ୍ୟାବରଣ ପାଇଁ ଅଧିକ କ୍ଷତିକାରକ ହୋଇନଥାଏ । । ଦିନକୁ ଦିନ ଡିଜେଲ ଓ ପେଟ୍ରୋଲର ମୂଲ୍ୟ ବୃଦ୍ଧି ଯୋଗୁଁ ଲୋକମାନେ CNG କାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଅଧିକାଂଶ ସମୟରେ CNG କାର ବ୍ୟବହାର କରୁଥିବା ବ୍ୟକ୍ତି ଛୋଟ ଛୋଟ ଜିନିଷକୁ ଅଣଦେଖା କରିଥାନ୍ତି ଯାହା ପରବର୍ତ୍ତୀ ସମୟରେ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ।
ତେବେ ଆସନ୍ତୁ ଜାଣିବା କାର ବ୍ୟବହାର କରୁଥିବା ସମୟରେ କେଉଁ ସବୁ ସାବଧାନତା ଅବଲମ୍ବନ କରିବା ଉଚିତ ।

୧. ନିମ୍ନ ମାନର CNG: ସବୁବେଳେ ପ୍ରମାଣିତ(certified) CNG ଫିଲିଂ ଷ୍ଟେସନରୁ ଗାଡ଼ିରେ ଗ୍ୟାସ୍ ଭରନ୍ତୁ । କାରଣ ନକଲି କିମ୍ବା ନିମ୍ନମାନର ଗ୍ୟାସ୍ ବ୍ୟବହାର କଲେ ଗାଡ଼ିର କାର୍ଯ୍ୟକ୍ଷମତା ପ୍ରଭାବିତ ହୋଇଥାଏ । ଏହା ସହ ସହଜରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଥାଏ ।

୨. ସର୍ଭିସିଂ: CNG ଗ୍ୟାସ ଟ୍ୟାଙ୍କ ଏବଂ ପାଇପଲାଇନରେ କୌଣସି ଲିକେଜ୍ ଥିଲେ ତୁରନ୍ତ ମରାମତି କରନ୍ତୁ । ଏହା ନିଆଁ ଲାଗିବାର କାରଣ ସାଜିପାରେ । ନିୟମିତ ମେନଟେନାନ୍ସ ପ୍ରତି ଧ୍ୟାନ ଦିଅନ୍ତୁ । ମଝିରେ ମଝିରେ ସିଲିଣ୍ଡର ଯାଞ୍ଚ ମଧ୍ୟ କରନ୍ତୁ ।

୩. ଓଭରଫିଲିଂ: ଗାଡ଼ିରେ CNG ଟାଙ୍କିର ଏକ ନିର୍ଦ୍ଧାରିତ କ୍ଷମତା ଠାରୁ ଅଧିକ ଭରନ୍ତୁ ନାହିଁ । ଓଭରଫିଲିଂ ଦ୍ୱାରା ଗ୍ୟାସର ପ୍ରେସର ବୃଦ୍ଧି ପାଇଥାଏ । ଏହା ଦୁର୍ଘଟଣାର କାରଣ ହୋଇପାରେ ।

୪. ଜ୍ୱଳନଶୀଳ ପଦାର୍ଥ: ଗାଡ଼ିରେ କୌଣସି ପ୍ରକାର ଧାତୁ କିମ୍ବା ଇଲେକ୍ଟ୍ରୋନିକ୍ ଜିନିଷ ବ୍ୟବହାର କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଏହା ସ୍ପାର୍କିଂର କାରଣ ହୋଇପାରେ । ଏହା ବ୍ୟତୀତ ଗାଡ଼ି ଚଲାଇବା ସମୟରେ ଧୂମପାନ କରିବା ଠାରୁ ଦୂରେଇ ରୁହନ୍ତୁ ।

୫. ଭେଣ୍ଟିଲେସନ ଅଭାବ: ଗାଡ଼ିରେ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ସୁବିଧା ଉପରେ ଧ୍ୟାନ ଦିଅନ୍ତୁ । ବନ୍ଦ ସ୍ଥାନରେ ଗ୍ୟାସ୍ ଲିକ୍ ହେଲେ ବିସ୍ଫୋରଣ ହୋଇପାରେ ।

୬. ଅନୁଚିତ ଡ୍ରାଇଭିଂ: ଉଚ୍ଚ RPM ସ୍ତରରେ ଗାଡ଼ି ଚଲାଇବା ଠାରୁ ଦୂରେଇ ରୁହନ୍ତୁ । ଦୃତ ଗତିରେ ଗାଡ଼ି ଚଲାଇବା ଦ୍ୱାରା ଇଞ୍ଜିନ ଅଧିକ ଗରମ ହୋଇପାରେ ଫଳରେ ନିଆଁ ଲାଗିବାର ଆଶଙ୍କା ବୃଦ୍ଧି ପାଇଥାଏ ।