ପଞ୍ଚମ ଓ ଅଷ୍ଟମ ପରୀକ୍ଷା ପାଇଁ ନିୟମ କଡ଼ାକଡ଼ି, ଏଣିକି ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇ ପାରିବେନି

ଭୁବନେଶ୍ୱର: ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ପିଲାଙ୍କ ପାଇଁ ନୂଆ ଜାରି ହେଲା ନୂଆ ନିୟମ। ଏଥର ଏହି ଶ୍ରେଣୀରେ ପଢୁଥିବା ପିଲେ ପରୀକ୍ଷାରେ ଫେଲ୍ ହେଲେ ପରବର୍ତ୍ତୀ ଶ୍ରେଣୀକୁ ଯାଇପାରିବେନି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଫେଲ୍ ହେବେନିର କଟକଣା ହଟିଲା। ଏନେଇ ସୂଚନା ଜାରି କରିଛନ୍ତି କେନ୍ଦ୍ର ଶିକ୍ଷା ସଚିବ ସଞ୍ଜୟ କୁମାର। ପଞ୍ଚମ ଓ ଅଷ୍ଟମରେ ଫେଲ୍ ହେଲେ ୨ ମାସରେ ରିଟେଷ୍ଟର ସୁଯୋଗ ଦିଆଯିବ। ରିଟେଷ୍ଟରେ ଉତ୍ତୀର୍ଣ୍ଣ ନ ହେଲେ ସେହି ପୁରୁଣା ଶ୍ରେଣୀରେ ରହିବେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ସ୍କୁଲରୁ ବାହାର କରାଯାଇପାରିବ ନାହିଁ। ଶିକ୍ଷାର ମାନ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା କହିଲେ କେନ୍ଦ୍ର ଶିକ୍ଷା ସଚିବ।

ଉଲ୍ଲେଖନୀୟ,ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ନୂତନ ଶିକ୍ଷା ନୀତିକୁ କେନ୍ଦ୍ର ସରକାରଙ୍କ କ୍ୟାବିନେଟର ଅନୁମୋଦନ ମିଳିଛି। ଦୀର୍ଘ 36 ବର୍ଷ ପରେ ଦେଶରେ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି। ଦଶମରେ ଆଉ ବୋର୍ଡ ପରୀକ୍ଷା ହେବ ନାହିଁ। ବୋର୍ଡ କେବଳ ଦ୍ୱାଦଶ ଶ୍ରେଣୀରେ ଅନୁଷ୍ଠିତ ହେବ। Std-5 ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ କେବଳ ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଜାତୀୟ ଭାଷାରେ ଶିକ୍ଷା ଦିଆଯିବ । ଅବଶିଷ୍ଟ ଶ୍ରେଣୀରେ ସମ୍ପୂର୍ଣ୍ଣ ଇଂରାଜୀ କିମ୍ବା ଆଞ୍ଚଳିକ ଭାଷା ସହିତ ଇଂରାଜୀକୁ ଗୋଟିଏ ବିଷୟ ଭାବରେ ଶିକ୍ଷା ଦିଆଯିବ । ପୂର୍ବରୁ ଦଶମରେ ବୋର୍ଡ ପରୀକ୍ଷା ବାଧ୍ୟତାମୂଳକ ଥିଲା, ତାହା ଆଉ ରହିବ ନାହିଁ। ନବମ(9) ରୁ ଦ୍ୱାଦଶ(12) ଶ୍ରେଣୀ ପର୍ଯ୍ୟନ୍ତ ସେମିଷ୍ଟାରରେ ପରୀକ୍ଷା ଅନୁଷ୍ଠିତ ହେବ। ବିଦ୍ୟାଳୟ ଶିକ୍ଷା 5 + 3 + 3 + 4 ସୂତ୍ର ଅନୁଯାୟୀ ଶିକ୍ଷା ଦିଆଯିବ।