ନୂଆଦିଲ୍ଲୀ: ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ତମ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟପ୍ରଦେଶ ଗସ୍ତ କରିବେ । ସେଠାରେ ସେ କେନ୍ ବେତୱା ନଦୀ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିବେ । ଜାତୀୟ ପ୍ରକଳ୍ପ ଅନ୍ତର୍ଗତ ଏହା ଦେଶର ପ୍ରଥମ ନଦୀ ସଂଯୋଗ ପ୍ରକଳ୍ପ ହେବ । ଏହି ପ୍ରକଳ୍ପ ଦ୍ୱାରା ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶର ଅନେକ ଜିଲ୍ଲାରେ ଜଳସେଚନ ସୁବିଧା ଯୋଗାଇବ ଯଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ଉପକୃତ ହେବେ ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପରାହ୍ନ ୧୨ଟା ୧୦ରେ ଖୁଜରାହୋ ପହଞ୍ଚିବେ । ଏହି ପ୍ରକଳ୍ପର ଭୂମିପୂଜନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ରୀୟ ଜଳ ଶକ୍ତି ମନ୍ତ୍ରୀ ସି. ଆର ପାଟିଲ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ଖୁଜରାହୋ ସାଂସଦ ଭି. ଡି ଶର୍ମା, କେନ୍ଦ୍ରୀୟ ମନ୍ତ୍ରୀ ଡ. ବିରେନ୍ଦ୍ର କୁମାର ଖଟିକ, ମଧ୍ୟପ୍ରଦେଶ ଜଳ ସମ୍ପଦ ମନ୍ତ୍ରୀ ତୁଳସୀ ସିଲଭାଟ୍ ଏବଂ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡ ଅଞ୍ଚଳର ସାଂସଦ ଏବଂ ବିଧାୟକ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀ ଖୁଜରାହୋରେ ଦେଶର ପ୍ରଥମ ମହତ୍ୱକାଂକ୍ଷୀ ଏବଂ ବହୁମୁଖୀ କେନ୍- ବେତୱା ଜାତୀୟ ନଦୀ ସଂଯୋଗ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏହି ଯୋଜନା ଅନ୍ତର୍ଗତ ୨୨୧ କିଲୋମିଟର ଲମ୍ବାର କେନାଲ ଦେଇ କେନ୍ ବେତୱା ନଦୀ ଜଳରେ ମିଶ୍ରିତ ହେବ । ଏହା ମଧ୍ୟପ୍ରଦେଶର ୪୪ ଲକ୍ଷ ଲୋକ ଏବଂ ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶର ୨୧ ଲକ୍ଷ ଲୋକଙ୍କୁ ଜଳସଂକଟରୁ ମୁକ୍ତି ମିଳିବ । ଏହା ବ୍ୟତୀତ ଜଳବିଦ୍ୟୁତ ପ୍ରକଳ୍ପ ୧୦୦ ମେଗାୱାଟରୁ ଉଦ୍ଧ୍ୱର୍ ସବୁଜ ଶକ୍ତି ଯୋଗାଇବ । ଏହି ପ୍ରକଳ୍ପ ଲୋକଙ୍କୁ ରୋଜଗାରର ସୁଯୋଗ ମଧ୍ୟ ଦେବ । ଆସନ୍ତା ୨୦୩୦ ମାର୍ଚ୍ଚ ସୁଦ୍ଧା ଏହି ମହତ୍ୱକାଂକ୍ଷୀ ପ୍ରକଳ୍ପ ଶେଷ କରିବାକୁ ଟାର୍ଗେଟ ରହିଛି ।
“केन-बेतवा लिंक परियोजना”
यशस्वी प्रधानमंत्री श्री @narendramodi जी के कर कमलों से 25 दिसंबर को बुंदेलखण्ड की समृद्धि और विकास का प्रारंभ होगा नया अध्याय।
बुंदेलखण्ड के 10 जिलों के 8 लाख हेक्टेयर क्षेत्र में होगी सिंचाई एवं 40 लाख से अधिक आबादी को मिलेगा पेयजल।
अभिनंदन… pic.twitter.com/1PwldY6AHn
— Dr Mohan Yadav (@DrMohanYadav51) December 24, 2024