ୱାଶିଂଟନ: ଆମେରିକାକୁ ନୂଆ ରାଷ୍ଟ୍ରପତି ସହ ନୂଆ ଜାତୀୟ ପକ୍ଷୀ ମଧ୍ୟ ମିଳିଯାଇଛି। ମଙ୍ଗଳବାର ଦିନ ଆମେରିକାରେ ୨୪୦ରୁ ଅଧିକ ବର୍ଷ ହେଲାଣି ଶକ୍ତିର ପ୍ରତୀକ ଭାବେ ‘ବାଲ୍ଡ ଇଗଲ’କୁ ଦେଶର ଜାତୀୟ ପକ୍ଷୀଭାବେ ଘୋଷଣା କରାଯାଇଛି। ଏହି ପକ୍ଷୀ ବହୁତ ଶକ୍ତିଶାଳୀ ବୋଲି ବିବେଚନା କରାଯାଇଥାଏ। ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକାକୁ ଏହି ନୂଆ ଜାତୀୟ ପକ୍ଷୀ ମିଳିଛି।
ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀ ୨୦୨୫କୁ ନୂଆ ରାଷ୍ଟ୍ରପତି ପଦର ଶପଥ ନେବେ। ଏହା ପୂର୍ବରୁ ଆମେରିକାରେ ଥିବା ରାଷ୍ଟ୍ରପତି ଜୋ ବାଇଡେନ ସଂସଦ ଦ୍ୱାରା ପଠାଯାଇଥିବା ବିଲରେ ସେ ଦସ୍ତଖତ କରିଛନ୍ତି। ଏଥିରେ ଯୁକ୍ତ ରାଜ୍ୟ ସଂହିତାରେ ସଂଶୋଧନ କରି ବାଲ୍ଡ ଇଗଲକୁ ଜାତୀୟ ପକ୍ଷୀ ଭାବେ ନାମିତ କରାଯାଇଛି।