fbpx

କରୋନାରେ ଚାଲିଗଲା ସାମ୍ବାଦିକଙ୍କ ଜୀବନ

ଭୁବନେଶ୍ୱର,୧୧ ।୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଏହାର କବଜାରେ ଆସି ସାଧାରଣ ଜନତାଙ୍କ ସମେତ ବହୁ କରୋନା ଯୋଦ୍ଧା ମଧ୍ୟ ସଂକ୍ରମିତ ହେଉଛନ୍ତି । ସେହିପରି କରୋନାରେ ଆକ୍ରାନ୍ତ ଥିବା ଗଞ୍ଜାମ ଜିଲ୍ଲା ହିଞ୍ଜିଳିର ଜଣେ ସାମ୍ବାଦିକଙ୍କର ଆଜି ମୃତ୍ୟୁ ଘଟିଛି । ମୃତକ ସାମ୍ବାଦିକଙ୍କ ନାଁ ପ୍ରିୟଦର୍ଶୀ ପଟ୍ଟନାୟକ ହୋଇଥିବା ବେଳେ ସେ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ତେବେ ସେ ଗତକିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିଲେ ବୋଲି ଜଣାପଡିଛି ।

Get real time updates directly on you device, subscribe now.