CHARIDHAM

Cremation Process in Sikh Community : ଶିଖ ଧର୍ମରେ ଅନ୍ତିମ ସଂସ୍କାର କିପରି ହୋଇଥାଏ ?

ନୂଆଦିଲ୍ଲୀ: ଶିଖ ଧର୍ମରେ ଅନ୍ତିମ ସଂସ୍କାରକୁ “ଅନ୍ତିମ ଅରଦାସ’ କୁହାଯାଏ। ଏହି ପ୍ରକ୍ରିୟା ଶିଖ ପରମ୍ପରା ଉପରେ ଆଧାରିତ। ଏହି ଧର୍ମରେ ମୃତ୍ୟୁକୁ ଆତ୍ମା ସହ ପରମାତ୍ମାର ମିଳନ ବୋଲି ବିଶ୍ବାସ ରହିଛି। ତେଣୁ ସେମାନେ ଏହାକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବରେ ଦେଖିଥାନ୍ତି। ଏହି ଧର୍ମର ଅନ୍ତିମ ସଂସ୍କାର ହିନ୍ଦୁ ଧର୍ମ ସହ କିଛି ସାମଞ୍ଜସ୍ୟ ରହିଛି। ଏପରିକି ହିନ୍ଦୁ ଧର୍ମ ପରି ଶବରେ ଶିଖମାନେ ନିଆଁ ଦେଇଥାନ୍ତି। କିନ୍ତୁ ସେମାନଙ୍କର କିଛି ପ୍ରଥା ମଧ୍ୟ ଅଲଗା ରହିଛି।

ଶିକ୍ଷା ଧର୍ମରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, ପରିବାର ସମସ୍ତ ବ୍ୟକ୍ତି ଏକାଠି ହୋଇଥାନ୍ତି। ପ୍ରଥମେ ଶବକୁ ଗାଧୋଇ ଦିଆଯାଏ। ଏହପରେ ନୂଆ ପୋଷାକ ପିନ୍ଧାଯାଇ ଶବରେ ନିଆଁ ଦିଆଯାଇଥାଏ। ଏହାକୁ ଅଗ୍ନି ସଂସ୍କାର କୁହାଯାଏ।

ଅନ୍ୟ ଧର୍ମ ସହ କଣ ରହିଛି ଅନ୍ତର
ଶିଖ ଧର୍ମରେ ଅନ୍ତିମ ସଂସ୍କାର ହିନ୍ଦୁ ଧର୍ମ ସହିତ କିଛି ମାତ୍ରାରେ ସମାନ ହୋଇଥିଲେ ମଧ୍ୟ ସେମାନଙ୍କ ଧର୍ମରେ ଏହି କାର୍ଯ୍ୟ ପାଇଁ ମହିଳାମାନେ ବିଶେଷ ଭାବରେ ଯୋଗ ଦେଇଥାନ୍ତି। ସେମାନେ ହିନ୍ଦୁ ଧର୍ମରେ ବ୍ଯବହୃତ ‘ରାମ ନାମ’ ପରିବର୍ତ୍ତେ ‘ବାହେଗୁରୁ’ ନାମ ନେଇ ଶବକୁ ଶ୍ମଶାନକୁ ନେଇଥାନ୍ତି।

ଅନ୍ତିମ ସଂସ୍କାର ସମୟରେ ଏବଂ ପରେ ଭଜନ କୀର୍ତ୍ତନ କରାଯାଇ ଥାଏ। ଆତ୍ମାକୁ ଶାନ୍ତି ପ୍ରାପ୍ତି ଏବଂ ଈଶ୍ବରଙ୍କ ମହାନତା ଗାନ ପାଇଁ ଏପରି କରାଯାଇଥାଏ। ଅନ୍ତିମ ସଂସ୍କାରର ୩, ୭ କିମ୍ବା ୧୦ ଦିନ ପର୍ଯ୍ୟନ୍ତ ଗୁରୁଗ୍ରନ୍ଥ ପାଠ କରାଯାଇଥାଏ। ଏହାକୁ ସହଜ ପାଠ କୁହାଯାଏ। ଏହାପରେ ‘ଅରଦାସ’ କରାଯାଇଥାଏ ଓ ପ୍ରସାଦ ବଣ୍ଟା ଯାଇଥାଏ। ଶିଖ ଧର୍ମରେ ପ୍ରସାଦକୁ ମଧ୍ୟ ଭୋଗ କୁହାଯାଏ।