(Breaking) ଜାନୁଆରୀ ୫ରେ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାର ଶୁଭାରମ୍ଭ
ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ଦେବେ ଆର୍ଥିକ ଭେଟି । ସବୁ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା ।
ଭୁବନେଶ୍ୱର– ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଏହି ଛାତ୍ରଛାତ୍ରୀଙ୍କୁ ଦେବେ ଆର୍ଥିକ ଭେଟି । ସବୁ ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା । ଆକାଉଣ୍ଟକୁ ଏହି ଟଙ୍କା ଦିଆଯିବ ।
ମୋହନ ସରକାର ଆରମ୍ଭ କରିଥିବା ସହିଦ ମାଧୋ ସିଂହ ହାତଖର୍ଚ୍ଚ ଯୋଜନାରେ ଜନଜାତିର ଛାତ୍ରଛାତ୍ରୀଙ୍କୁ ନୂଆ ବର୍ଷରୁ ମିଳିବ ୫ ହଜାର ଟଙ୍କା । ଏକ କାଳୀନ ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଦିଆଯିବ ।
ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଜନଜାତି ଛାତ୍ରଛାତ୍ରୀଙ୍କୁ ଟଙ୍କା ବଣ୍ଟନ କରିବେ । ଏହି ତାରିଖରେ ଯୋଜନାର ଶୁଭାରମ୍ଭ ହେବ ।