ଭୁବନେଶ୍ବର: ଓଡ଼ିଶାରେ ବଡ ପୁଞ୍ଜି ନିବେଶ । ଶିଳ୍ପ କ୍ଷେତ୍ରରେ 44 ହଜାର 793 କୋଟି ଟଙ୍କା ବିନିଯୋଗ ହେବ । ଉଚ୍ଚସ୍ତରୀୟ କ୍ଲିଅରାନ୍ସ ଅଥରିଟି ବୈଠକରେ ପୁଞ୍ଜିନିବେଶକୁ ମଞ୍ଜୁରୀ ମିଳିଛି ।
ତେବେ ଏହି ବଡ ପୁଞ୍ଜି ନିବେଶ ଦ୍ବାରା ରାଜ୍ୟରେ ନିଯୁକ୍ତି ସୃଷ୍ଟି ହେବାର ମଧ୍ୟ ସମ୍ଭାବନା ରହିଛି । ପ୍ରାୟ 23005 ନିଯୁକ୍ତି ସୃଷ୍ଟି ହେବା ନେଇ ଲକ୍ଷ୍ୟ ରଖାଯାଇଛି ।
ରିଫାଇନାରୀ, ପେଟ୍ରୋକେମିକାଲ୍ସ ଏବଂ ଗ୍ରୀନ ଏନର୍ଜୀରେ ଏହି ନିବେଶ ହେବ । ଖବର ଅନୁସାରେ, ଯାଜପୁର, ଢେଙ୍କାନାଳ, କଟକର ବିଭିନ୍ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରାଯିବା ନେଇ ସୂଚନା ରହିଛି ।