ODI ଦଳରେ ଡେବ୍ୟୁ କରିବେ ୪ ଜଣ ଷ୍ଟାର ପ୍ଲେୟର! Champions Trophyରେ ମିଳିପାରେ ସୁବର୍ଣ୍ଣ ସୁଯୋଗ

ଭାରତର ଦିନିକିଆ ଦଳରେ ସାମିଲ ହେବେ ୪ ନୂଆ ଖେଳାଳି! ଟି-୨୦ରେ କରିଛନ୍ତି କମାଲ, ଖେଳିବେ CT-2025

ନୂଆଦିଲ୍ଲୀ: ଫେବୃଆରୀରେ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ପ୍ରସ୍ତୁତ ହେଉଛି ଟିମ ଇଣ୍ଡିଆ । କିନ୍ତୁ ଏହାପୂର୍ବରୁ ଭାରତର ଦୁଇ ପ୍ରମୁଖ ଖେଳାଳି ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଫର୍ମ ଏବେ ଦଳ ପାଇଁ ଚିନ୍ତା ବଢାଇଛି ।

ବର୍ତ୍ତମାନ ସୁଦ୍ଧା ଏହି ମେଗା ଇଭେଣ୍ଟ ପାଇଁ ଭାରତ ଦଳ ଘୋଷଣା କରିନାହିଁ । ତେବେ ଖୁବଶୀଘ୍ର ଟିମ ଇଣ୍ଡିଆ ଏ ନେଇ ବଡ଼ ଘୋଷଣା କରିପାରେ । ଏହାପୂର୍ବରୁ ଟିମ ଇଣ୍ଡିଆର ଦିନିକିଆ ଦଳରେ ୪ ଜଣ ଷ୍ଟାର କ୍ରିକେଟରଙ୍କୁ ଡେବ୍ୟୁ କରିବାର ସୁବର୍ଣ୍ଣ ସୁଯୋଗ ମିଳିପାରେ ।

ନୀତିଶ କୁମାର ରେଡ୍ଡୀ: ବର୍ଡର ଗାଭାସ୍କର ଟ୍ରଫିରେ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତିକୁ ସଠିକ ବୋଲି ପ୍ରମାଣିତ କରିଛନ୍ତି ନୀତିଶ ରେଡ୍ଡୀ । ଟି-୨୦ ଏବଂ ଟେଷ୍ଟ କ୍ରିକେଟରେ ଦମଦାର ପ୍ରଦର୍ଶନ କରିବା ପରେ ତାଙ୍କୁ ଭାରତୀୟ ଦିନିକିଆ ଦଳରେ ମଧ୍ୟ ସୁଯୋଗ ମିଳିପାରେ । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆହତ ସମସ୍ୟାକୁ ନଜରରେ ରଖି ନୀତିଶଙ୍କୁ ତାଙ୍କ ବିକଳ୍ପ ଭାବରେ ପ୍ରସ୍ତୁତ କରିପାରନ୍ତି ଗୁରୁ ଗମ୍ଭୀର ।

ବରୁଣ ଚକ୍ରବର୍ତ୍ତୀ: ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଚମ୍ପିଆନ୍ସ ଟ୍ରଫି କିମ୍ବା ଇଂଲଣ୍ଡ ସିରିଜ ପାଇଁ ଦିନିକିଆ ଦଳରେ ଡେବ୍ୟୁ କରିବାର ସୁଯୋଗ ମିଳିପାରେ । ଟି-୨୦ କ୍ରକେଟରେ ଦମଦାର ପ୍ରଦର୍ଶନ କରିବା ପରେ ଦିନିକିଆରେ ତାଙ୍କୁ ସୁଯୋଗ ଦେଇପାରେ ଟିମ ଇଣ୍ଡିଆ ।

ଅଭିଶେକ ଶର୍ମା: ଟି-୨୦ କ୍ରିକେଟରେ କମାଲ ପ୍ରଦର୍ଶନ କରିଥିବା ଅଭିଶେକ ଶର୍ମା ମଧ୍ୟ ଦିନିକିଆ ଦଳରେ ସୁଯୋଗ ପାଇପାରନ୍ତି । ରୋହିତ ଶର୍ମାଙ୍କ ଫର୍ମକୁ ନଜରରେ ରଖି ଅଭିଶେକଙ୍କୁ ବ୍ୟାକ୍ ଅପ୍ ଓପନର ଭାବରେ ଦଳରେ ସାମିଲ କରିପାରେ ଟିମ ଇଣ୍ଡିଆ ।

ଯଶସ୍ୱୀ ଜଏସ୍ୱାଲ: ଟି-୨୦ ତଥା ଟେଷ୍ଟରେ ରୋହିତଙ୍କ ଓପନିଙ୍ଗ ପାର୍ଟନର ଯଶସ୍ୱୀ ଜଏସ୍ୱାଲ ନିଜକୁ ପ୍ରମାଣିତ କରି ସାରିଛନ୍ତି । ତେଣୁ ଦିନିକିଆ ଦଳରେ ତାଙ୍କୁ ସାମିଲ କରିବାକୁ ଯୋଜନା କରିପାରନ୍ତି ଗୁରୁ ଗମ୍ଭୀର । ଶୁଭମନ ଗିଲ୍ ବର୍ତ୍ତମାନ ଖରାପ ଫର୍ମ ଦେଇ ଗତି କରୁଥିବା ବେଳେ ଯଶସ୍ୱୀ ଜଏସ୍ୱାଲ ରୋହିତଙ୍କ ସହ ପାଳି ଆରମ୍ଭ କରିପାରନ୍ତି ।