ମାସକୁ ୧୩୫୮ ଟଙ୍କା ଜମା କଲେ ମିଳିବ ୨୫ ଲକ୍ଷ, ଜାଣନ୍ତୁ ଏହି ସୁଲଭ ସ୍କିମ ବିଷୟରେ ଅଧିକ

ଏହି ବୀମାରେ କରିହେବ ନିବେଶ । ବୋନସ ଫାସିଲିଟି ବଢ଼ାଉଛି ଲୋକଙ୍କ ଆଗ୍ରହ । ମଧ୍ୟବିତଙ୍କ ପାଇଁ ଉପଯୁକ୍ତ ।

ଓଡ଼ିଶା ଭାସ୍କର: ଲାଇଫ୍ ଇନ୍ସୁରାନ୍ସ କରପୋରେଶନ୍ (ଏଲଆଇସି)ର ଜୀବନ ଆନନ୍ଦ ପଲିସି ଭାରତୀୟ ଜୀବନ ବୀମା କ୍ଷେତ୍ରରେ ସବୁଠୁ ପ୍ରମୁଖ ସ୍କିମ୍ । ଲୋକଙ୍କ ସୁରକ୍ଷାକୁ ନେଇ ଏହି ପଲିସିରେ ବିଭିନ୍ନ ପ୍ରକାର ନିୟମ ରହିଥାଲ । ଏଲଆଇସି ଜୀବନ ଆନନ୍ଦ ଗୋଟିଏ ବଢ଼ିଆ ଫାଇଦା ଲୋକଙ୍କୁ ଦେଉଛି ।

ମାସକୁ ମାତ୍ର ୧୩୫୮ ଟଙ୍କର ଜମା କଲେ ଭବିଷ୍ୟତରେ ୨୫ ଲକ୍ଷ ମିଳିବ ଜମାକାରୀଙ୍କୁ । ଏହି ବୀମାର ଅବଧି ୧୫ରୁ ୩୫ ବର୍ଷ ପର୍ଯ୍ୟନ୍ତ ରହିଛି ।

ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାରେ ଏହା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏହି ବୀମାର ମୂଳ ଲକ୍ଷ୍ୟ ଜୀବନ ବୀମା ସହିତ ନିବଶେର ଲାଭ ହିତାରଧିକାରୀଙ୍କୁ ଯୋଗାଇବା । ଜୀବନ ପଲିସି ଶେଷ ହେବା ପରେ ଗୋଟି, ଭଲ ଫଣ୍ଡ ଲୋକଙ୍କୁ ମିଳେ ଏହା ଜରିଆରେ ।

କିଛି ନିୟମ: ପଲିସିଧାରୀଙ୍କ ମୃତ୍ୟୁ ପରେ ପରିବାରକୁ ବୀମା ରାଶି ମଳେ ।
-ଏହି ସ୍କିମ୍ରେ ନିବେଶ ମଧ୍ୟ କରାଯାଇପାରିବ । ଯେଉଁଥିରେ ଆପଣଙ୍କୁ ମୂଳଧନ ଭଲ ମଳିପାରିବ ।
-ଏଥିରେ ବୋନସର ସୁବିଧା ମଧ୍ୟ ରହିଛି ।
-ଏହା ଭବିଷ୍ୟତ ପାଇଁ ଭଲ ଯୋଜନା ସାବ୍ୟସ୍ତ ହେବ ।