ଭୁବନେଶ୍ୱର: ଚଳିତମାସ ୨୨ରୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ଆରମ୍ଭ ହେବ। ଘର ପାଇବାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏହି ସର୍ଭେ ପ୍ରକ୍ରିୟାରେ ‘ଆୱାସ୍ ପ୍ଲସ୍’ ମୋବାଇଲ ଆପ୍ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ଶୁକ୍ରବାର ସମସ୍ତ ଜିଲାପାଳ ଓ ଜିଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଶୁକ୍ରବାର ସମସ୍ତ ଜିଲାପାଳଙ୍କୁ ଏହି ପରାମର୍ଶ ଦିଆଯାଇଛି।
ମୋବାଇଲ୍ ଆପ୍ଲିକେସନ ‘ଆୱାସ୍ ପ୍ଲସ୍’ ମାଧ୍ୟମରେ ସାନି ସର୍ଭେ କରି ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରିବାକୁ କୁହାଯାଇଛି। ଏହି ପ୍ରକ୍ରିୟା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ସଂଶୋଧିତ ସର୍ଭାବଳୀ ଆଧାରରେ ସାନି ସର୍ଭେରେ ଯେଭଳି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନପଡିବେ ତାହା ସୁନିଶ୍ଚିତ କରିବାକୁ କହାଯାଇଛି।