ନୂଆଦିଲ୍ଲୀ: ମଙ୍ଗଳବାର ଦିନ ତୁର୍କୀର ବୋଲୁ ପ୍ରଦେଶର ଏକ ରିସର୍ଟରେ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଅତି କମରେ 66 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 51 ଜଣ ଗୁରୁତର ରହିଥିବା ସୂଚନା ରହିଛି । ଏନେଇ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଘଟଣାଟି ବିଳମ୍ବିତ ରାତିରେ ଘଟିଥିଲା ବୋଲି ଜଣାପଡିଛି ।
ଯେଉଁ ହୋଟେଲରେ ନିଆଁ ଲାଗିଥିଲା ତାହାର ନାମ କାର୍ଟାଲକାୟା ସ୍କି ରିସର୍ଟ ବୋଲି କୁହାଯାଉଛି । ବୋଲୁ ରାଜ୍ୟପାଳ ଅବଦୁଲ ଅଜିଜ ଆୟଦିନ କହିଛନ୍ତି ଯେ କିଛି ଲୋକ ଭୟଭୀତ ହୋଇ କୋଠାରୁ ଡେଇଁ ପଡ଼ିଥିଲେ, ଯାହା ଫଳରେ ଅନେକ ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା।
ଯାଞ୍ଚ ପାଇଁ ଗଠିତ ହେଲା ଟିମ୍- ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସ୍ଥାନୀୟ ସମୟ ପ୍ରାୟ ଭୋର 3ଟା30 ସମୟରେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଧୀରେ ଧୀରେ କୋରୋଗ୍ଲୁ ପର୍ବତ ଉପରେ ଅବସ୍ଥିତ ସମଗ୍ର ହୋଟେଲକୁ ଗ୍ରାସ କରିଥିଲା।
ସତର୍କ ସୂଚନା ପାଇବା ପରେ ତୁରନ୍ତ ଅଗ୍ନିଶମ ବାହିନୀ, ସନ୍ଧାନ ଏବଂ ଉଦ୍ଧାର ୟୁନିଟ୍ ଏବଂ ଡାକ୍ତରୀ ଦଳ ପଠାଯାଇଥିଲା। ହୋଟେଲରୁ ଏପର୍ଯ୍ୟନ୍ତ ୨୩୦ ରୁ ଅଧିକ ଅତିଥିଙ୍କୁ ଉଦ୍ଧାର କରାଯାଇଛି । ନ୍ୟାୟ ମନ୍ତ୍ରୀ ଏହି ମାମଲାର ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।
କାର୍ଟାଲକାୟା ହେଉଛି ତୁର୍କିର ପ୍ରମୁଖ ଶୀତକାଳୀନ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଗୋଟିଏ, ଯାହା ସ୍କି ଋତୁରେ ହଜାର ହଜାର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ହୋଟେଲର ୱେବସାଇଟ୍ ଏହାକୁ 1978 ମସିହାରୁ ତୁର୍କୀ ସ୍କିଅର୍ସଙ୍କ ପାଇଁ ଶ୍ରେଷ୍ଠ ସ୍ଥାନ ଭାବେ ବିବେଚନା କରାଯାଇଛି ।