ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର । କମିଶନର ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡାଙ୍କୁ ନିଯୁକ୍ତି ଦିଆଯାଇଛି।
କମିଶନରେ ଜଣେ ସଦସ୍ୟ ସଚିବଙ୍କ ସମେତ ୩ ଜଣ ସଦସ୍ୟ ରହିଛନ୍ତି। ଏଥିରେ ଜାଭିଅର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଭୁବନେଶ୍ୱରର ପ୍ରଫେସର ଅସିତ ରଞ୍ଜନ ମହାନ୍ତି, ପଣ୍ଡିଚେରୀ ବିଶ୍ବବିଦ୍ୟାଳୟର ପ୍ରଫେସର ଅମରେଶ ସାମନ୍ତରାୟ ଓ ଟାଟା ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସର ପ୍ରଫେସର ଡ. ବିଭୂପ୍ରସାଦ ନାୟକ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି।
କମିଶନର ସଦସ୍ୟ ସଚିବ ଭାବେ ଅର୍ଥ ବିଭାଗ ଅତିରିକ୍ତ ସଚିବ ସତ୍ୟପ୍ରିୟ ରଥ କାର୍ଯ୍ୟ କରିବେ।