ଭୁବନେଶ୍ବର: ସ୍ନାତକୋତ୍ତରରେ ନାମଲେଖା ପାଇଂ ସର୍ବଭାରତୀୟ ସ୍ତରରେ ହେବ ଏକକ ବିଶ୍ବବିଦ୍ୟାଳୟ ପ୍ରବେଶିକା ପରୀକ୍ଷା । ଏନେଇ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ 13 ତାରିଖରୁ ଆରମ୍ଭ ହେବ ପରୀକ୍ଷା । ଏନେଇ ସମସ୍ତ ସୂଚନା www.nta.ac.in ରେ ଉପଲବ୍ଧ ରହିଛି ।
ପରୀକ୍ଷାର ଶେଷ ତାରିଖ- ଫେବୃଆରୀ 1 ତାରିଖ ଯାଏଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଓ୍ବେବସାଇଟରେ ଆବେଦନ ଚାଲିବ । ଏହି ପରୀକ୍ଷାରେ ଦେଶର ସମସ୍ତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ବିଭିନ୍ନ ରାଜ୍ୟ ବିଶ୍ବବିଦ୍ୟାଳୟ ଏବଂ ବେସରକାରୀ ବିଶ୍ବବିଦ୍ୟାଳୟମାନେ ମଧ୍ୟ ଭାଗ ନେଇଛନ୍ତି । ଫେବୃଆରୀ 1 ତାରିଖ ଆବେଦନର ଶେଷ ତାରିଖ ରହିଥିବା ବେଳେ 2 ତାରିଖ ଯାଏଁ ପରୀକ୍ଷା ଫି ବାନ୍ଧି ପାରିବେ ।
ସଂଶୋଧନ କରିପାରିବେ ଛାତ୍ରଛାତ୍ରୀ- ଏହାପରେ ଫର୍ମ ପୂରଣ ସଂଶୋଧନ ମଧ୍ୟ କରିପାରିବେ । ଆସନ୍ତା 3ରୁ 5 ତାରିଖ ଯାଏଁ ଏହି ସୁଯୋଗ ମିଳିବ । ଅନ୍ୟପଟେ ମାର୍ଚ୍ଚ ପ୍ରଥମ ସପ୍ତାହରେ ପରୀକ୍ଷା କେନ୍ଦ୍ରର ନାମ ଘୋଷଣା କରାଯିବ ।
ଏହି ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା କେନ୍ଦ୍ରର ସହରର ନାମ ଘୋଷଣା କରାଯିବ । ମାର୍ଚ୍ଚ 13ରୁ 31 ଯାଏଁ ପରୀକ୍ଷା କରାଯିବ ।