fbpx

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପାଇଲଟ

ରାଜସ୍ଥାନ, ୧୬ା୭: ରାଜସ୍ଥାନର ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଜି ସଚିନ ପାଇଲଟ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ନେଇ ସୂଚନା ମିଳିଛି । ତାଙ୍କ ସହ ୧୮ଜଣ ବିଦ୍ରୋହୀ ବିଧାୟକ ମଧ୍ୟ ସାମିଲ ଅଛନ୍ତି । ପାଇଲଟ ବାଚସ୍ପତିଙ୍କ ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତାଙ୍କର ସଭ୍ୟପଦ ରଦ୍ଦ ନେଇ ପାଇଲଟଙ୍କୁ ବାଚସ୍ପତି ନୋଟିସ ଜାରି କରିଥିଲେ । ତେଣୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତିି । ଯାହାର ଦିନ ୩ଟାରେ ଶୁଣାଣି ହେବା ନେଇ ସମୟ ଧାର୍ଯ୍ୟ କରାଯାଇଛି । ଜଷ୍ଟିସ ସତୀଶ ଶର୍ମାଙ୍କ ବେଞ୍ଚରେ ଶୁଣାଣି ହେବ ।

Get real time updates directly on you device, subscribe now.