fbpx

ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ- ଫେସବୁକ୍ ଛାଡ, ନହେଲେ ଚାକିରି

ନୂଆଦିଲ୍ଲୀ,୧୬ ।୭: ମୋବାଇଲରୁ ଡାଟା ଚୋରୀ ହେଉଥିବା କାରଣରୁ ଭାରତୀୟ ସେନାକୁ ୮୯ଟି ଆପ୍ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ବହୁ ସୋସିଆଲ ମିଡିଆ ପ୍ଲାଟଫର୍ମ, ଯେପରିରିକି ଫେସବୁକ୍, ଇନଷ୍ଟାଗ୍ରାମ, ପବଜି ଭଳି ବହୁ ଆପ୍ ସାମିଲ ରହିଛି । କିନ୍ତୁ ଏହି ସବୁ ଆପ୍ ବ୍ୟବହାର କରିବା ପାଇଁ ଜଣେ ବରିଷ୍ଠ ସାମରିକ ଅଧିକାରୀ ଲେଫନାଣ୍ଟ କର୍ଣ୍ଣେଲ ପି. କେ ଚୌଧୁରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କିନ୍ତୁ ଦିଲ୍ଲୀ ହାଇକୋର୍ଟ କଠୋରବାଣୀ ଶୁଣାଇ କହିଛନ୍ତି ଯେ, ଯଦି ଫେସବୁକ ଏତେ ପ୍ରିୟ ଅଛି, ତେବେ ଚାକିରି ଛାଡିଦିଅ ।’

ତେବେ ସୋସିଆଲ ମିଡିଆ ସହ ଜଡିତ ୮୯ଟି ମୋବାଇଲ ଆପକୁ ହଟାଇବାକୁ ସେନାକୁ ଗତ କିଛିଦିନ ହେବ ନିର୍ଦ୍ଦେଶ ଦିଆଯାଇଛି । ଏହି ସବୁ ଆପ୍ ଦ୍ୱାରା ଡାଟା ଲିକ୍ ହେବାର ସମ୍ଭାବନା ଥିବାରୁ ସୁରକ୍ଷା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । ଏହା ପୂର୍ବରୁ ଭାରତରେ ୫୯ ଚୀନ୍ ଆପକୁ ବ୍ୟାନ୍ କରାଯାଇଛି । ଅନ୍ୟପଟେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ଅର୍ଥାତ୍ ଜୁଲାଇ ୨୧ରେ ହେବ ।

Get real time updates directly on you device, subscribe now.