fbpx

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ, ମାଓ ଅପରେସନ ଜାରି

ମାଲକାନଗିରି,୧୬ା୭(ଓଡ଼ିଶା ଭାସ୍କର): ସ୍ୱାଭିମାନ ଅଞ୍ଚଳରେ ଡ଼ିଭିଏଫ ଓ ଏସଓଜି ଯବାନଙ୍କ ମିଳିତ ଉଦ୍ୟମରେ ମାଓ ଶିବିର ଉପରେ ଚଢ଼ାଉ ହୋଇଛି । ଏହାସହ ଆନ୍ଧ୍ର ଓଡ଼ିଶା ସୀମା ମୁଚିମପୁଟ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଉଲ୍ଲେଖଯୋଗ୍ୟ ଯେ ସକାଳୁ ସ୍ୱାଭିମାନ ଅଞ୍ଚଳରେ ଅପରେସନ ଆରମ୍ଭ ହୋଇଥିଲା । ସେଠାରେ ଗୋଟିଏ ଏ ୩୦୩ ବନ୍ଧୁକ ଓ ବିପୁଳ ବିସ୍ଫୋରକ ଜବତ କରାଯାଇଛି । ଡ଼ିଭିଏଫ ଓ ଏସଓଜି ଯବାନଙ୍କ ଅପରେସନ ବେଳେ ଏହା ଜବତ ହୋଇଛି । ଗୁରୁପ୍ରିୟା ସେତୁ ଓ ସ୍ୱାଭିମାନ ଅଞ୍ଚଳ ମଧ୍ୟରୁ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଗୋଟିଏ ମାଓ କ୍ୟାମ୍ପକୁ ମଧ୍ୟ ବିସ୍ଫୋରଣରେ ଯବାନମାନେ ଉଡାଇଥିବା ନେଇ ସୂଚନା ରହିଛି । ଏବେ ବି ମଧ୍ୟ ସେଠାରେ ଅପରେସନ ଜାରି ରହିଛି । ମାଲକାନଗିରି ଏସପିଙ୍କ ନେତୃତ୍ୱରେ ଅପରେସନ ଚାଲିଛି । ଅପରେସନ ଅତିରିକ୍ତ ଏସପି ମଧ୍ୟ ଅପରେସନରେ ସାମିଲ ଅଛନ୍ତି । ଅପରେସନ ଆଇଜି ଅମିତାଭ ଠାକୁର ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.