fbpx

ବିଜେଡ଼ିରେ ୩୬ ଜଣ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି, ଜାଣନ୍ତୁ କେଉଁ ଦାୟିତ୍ୱରେ କିଏ

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ବିଜେଡ଼ିରେ ୩୬ ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତିି ମିଳିଛି । ସାଧାରଣ ସମ୍ପାଦକଙ୍କୁ ନିଯୁକ୍ତି ଦେବା ସହ ସ୍ୱତନ୍ତ୍ର ଦାୟିତ୍ୱ ଦେଇଛନ୍ତି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସୁଶାନ୍ତ ସିଂହ ଓ ମନୋହର ରନ୍ଧାରୀଙ୍କୁ-ସଶକ୍ତ ଓଡ଼ିଶା, ଚନ୍ଦ୍ର ସାରଥି ବେହେରା ଓ ସ୍ନେହାଙ୍ଗିନୀ ଛୁରିଆଙ୍କୁ- ଏସସି ସଶକ୍ତିକରଣ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଓ ଉମାକାନ୍ତ ସାମନ୍ତରାୟଙ୍କୁ- ସାମାଜିକ କଲ୍ୟାଣ, ଜଗନ୍ନାଥ ସାରକା- ଏସଟି ସଶକ୍ତିକରଣ ଓ ସଂଖ୍ୟାଲଘୁ ବ୍ୟାପାର, ହାଜି ମହମ୍ମଦ ଆୟୁବ ଖାନଙ୍କୁ- ସଂଖ୍ୟାଲଘୁ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।
ସେହିପରି ଦେବେଶ ଆଚାର୍ଯ୍ୟ, ସୁଧୀର ସାମଲ, ସସ୍ମିତ ପାତ୍ର ଓ ବିକ୍ରମ ପଣ୍ଡାଙ୍କୁ- ଓଡ଼ିଶା: ମୋ ପରିବାର, ବ୍ୟୋମକେଶ ରାୟ- ଛାତ୍ର ବ୍ୟାପାର, ଅନନ୍ତ ନାରାୟଣ ଜେନା-ସଶକ୍ତ ଓଡ଼ିଶା, ରାଜଶ୍ରୀ ମଲ୍ଲିକ-ମହିଳା ସଶକ୍ତିକରଣ, ପ୍ରିୟଦର୍ଶୀ ମିଶ୍ର- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଧ୍ରୁବ ଚରଣ ସାହୁ-ପରିବେଶ, ପ୍ରଣବ ବଳବନ୍ତରାୟଙ୍କୁ- ଯୁବ ବ୍ୟାପାର, ରାସେଶ୍ୱରୀ ପାଣିଗ୍ରାହୀ- ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି ।

ରାଜୀବ ଲୋଚନ ପାତ୍ର-ସାମାଜିକ କଲ୍ୟାଣ, ବିଜୟ କୁମାର ନାୟକ- ଆଞ୍ଚଳିକ ଉନ୍ନୟନ, ଲୋପାମୁଦ୍ରା ବକ୍ସିପାତ୍ର, ଗୀତା ବସ୍ତିଆ ଓ ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର- ମହିଳା ସଶକ୍ତିକରଣ, ପ୍ରଫୁଲ୍ଲ- ସାମାଜିକ କଲ୍ୟାଣ, ଦେବାଶିଷ ମାରଣ୍ଡି- ସଂଖ୍ୟାଲଘୁ ଓ ଆଦିବାସୀ ସଶକ୍ତିକରଣ, ମାନସ ମଙ୍ଗରାଜ-ଗଣମାଧ୍ୟମ ବ୍ୟାପାର, ବିଶ୍ୱଜିତ ମହାନ୍ତି- ସଶକ୍ତ ଓଡ଼ିଶା, ଜନ୍ମେଞ୍ଜୟ ଲେଙ୍କା, ଶାରଦା ପ୍ରସାଦ ଜେନା ଓ ସତ୍ୟବ୍ରତ ପାତ୍ର- କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ, ଗୀତାଞ୍ଜଳି ସେଠୀ- ଏସସି ସଶକ୍ତୀକରଣ, ପ୍ରମୋଦ କିଶୋର ଜେନା- ପରିବେଶ, ଶ୍ୟାମ ପ୍ରସାଦ ବେହେରା- ଆଞ୍ଚଳିକ ଉନ୍ନୟନ ଦାୟିତ୍ୱ ଦିଆଯାଇଛି ।

Get real time updates directly on you device, subscribe now.