fbpx

ଦୂତି ଚାନ୍ଦଙ୍କୁ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ନେଇ କ୍ରୀଡ଼ା ବିଭାଗ ରଖିଲା ତଥ୍ୟ

ଭୁବନେଶ୍ୱର, ୧୬ା୭(ଓଡ଼ିଶା ଭାସ୍କର): ଓଡ଼ିଶା ଆଥଲେଟ ଦୂତି ଚାନ୍ଦଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ନେଇ କ୍ରୀଡ଼ା ବିଭାଗ ତଥ୍ୟ ରଖିଛି । ୨୦୧୮ ଏସିଆନ ଗେମ୍ସରେ ପଦକ ଜିତିଥିବାରୁ ୩ କୋଟିର ଭତ୍ତା ମିଳିଛି । ୨୦୧୫-୧୯ ପର୍ଯ୍ୟନ୍ତ ଅଭ୍ୟାସ ଓ ଆର୍ଥିକ ସହାୟତା ପାଇଁ ୩୦ଲକ୍ଷ ଟଙ୍କା ମିଳିଛି । ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ୫୦ଲକ୍ଷ ଟଙ୍କା ଦୁଇଟି କିସ୍ତିରେ ଦିଆଯାଇଛି । ଏହାସହ ଓଏମସିରେ ଗ୍ରୁପ-ଏ ଅଫିସର ଭାବେ ଚାକିରି ମିଳିଛି । ଓଏମସିରେ ଚାକିରି ପାଇଁ ଦୂତି ଚାନ୍ଦ ମାସିକ ୮୪,୬୦୪ ଟଙ୍କା ପାଉଛନ୍ତି । ଟ୍ରେନିଂ ଓ ଆର୍ଥିକ ସହାୟତା ପାଇଁ ଓଏମସି ୨୯ଲକ୍ଷ ଟଙ୍କା ଦେଇଛି ।

Get real time updates directly on you device, subscribe now.