fbpx

ଭୁବନେଶ୍ୱରରେ ଘାଇଲା କରୁଛି କରୋନା: ଆଜି ପୁଣି ୬୦ ପଜିଟିଭ୍

ଭୁବନେଶ୍ୱର,୧୬ ।୭(ଓଡିଶା ଭାସ୍କର): ଓଡିଶରେ କରୋନା ମହାମାରୀ ତୀବ୍ର ଭାବେ ବ୍ୟାପିବାରେ ଲାଗିଲାଣି । ଗଞ୍ଜାମ ପରେ ପରେ ଭୁବନେଶ୍ୱରରେ ଅଧିକ ସଂକ୍ରମଣ ଆସିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱର ମହାନଗମ ଅଞ୍ଚଳରୁ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୧୮ ଜଣ ସୁସ୍ଥ ହୋଇଛନ୍ତି । ତେବେ କ୍ୱାରେଣ୍ଟାଇନରୁ ୪୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଭୁବନେଶ୍ୱରରେ କରୋନା ପଜିଟିଭ ସଂଖ୍ୟା ୯୧୯କୁ ବୃଦ୍ଧି ପାଇଛି । ୯୧୯ ପଜିଟିଭଙ୍କ ମଧ୍ୟରୁ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦୩ ଜଣ ସୁସ୍ଥ ଓ ୫୦୪ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ଏନେଇ ବିଏମସି ପକ୍ଷରୁ ସୂଚନରା ଦିଆଯାଇଛି । ତେବେ ଆସନ୍ତୁ ଜାଣିବା କେଉଁଠୁ କେତେ ସଂକ୍ରମିତ ହୋଇଛନ୍ତି…

Get real time updates directly on you device, subscribe now.