Breaking: ବୃଦ୍ଧ ଦମ୍ପତ୍ତିଙ୍କୁ କଚାଡ଼ି ମାରିଦେଲା ହାତୀ, ପରେ ଖଣ୍ଡବିଖଣ୍ଡିତ ଅଂଶକୁ ଫୋପାଡ଼ି ଥିଲା

ପୁଣି ଦେଖାଦେଲା ହାତୀ ଉପଦ୍ରବ। ରାତିରେ ଶୋଇଥିବା ବେଳେ ଘରଭାଙ୍ଗି ଦମ୍ପତ୍ତିଙ୍କୁ ଦଳିଦେଳା। ପରେ ଖଣ୍ଡବିଖଣ୍ଡିତ ଅଂଶକୁ ଏଣେତେଣେ ପକାଇଲା।

କଳାହାଣ୍ଡି: ପୁଣି ଦେଖାଦେଲା ହାତୀ ଉପଦ୍ରବ। ଶୋଇଥିବା ବେଳେ ଘରେ ପଶି କଲା ଆକ୍ରମଣ। ଶେଷରେ ଦୁଇ ଜଣଙ୍କୁ କଚାଡ଼ି ଦଳି ମାରିଦେଲା। ଘରେ ଅନ୍ୟ ଲୋକ ବି ଥିଲେ। ହେଲେ ହାତୀକୁ ଦେଖି ଦୌଡ଼ି ପଳାଇଥିଲେ।

ଘଟଣା ହେଉଛି କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ କାଦମାଲି ଗାଁର। ଗତକାଲି ରାତିରେ ମୃତକଙ୍କ ପରିବାର ଶୋଇଥିବା ବେଳେ ହଠାତ୍ ଘର ଭାଙ୍ଗି ପଶିଥିଲା ଜଙ୍ଗଲି ହାତୀ। ହାତୀକୁ ଦେଖି ଘରେ ଥିବା ଅନ୍ୟ ସଦସ୍ୟ ମାନେ ବାହାରକୁ ଦୌଡ଼ି ଚାଲିଯାଇଥିଲେ।

ହେଲେ ଘରେ ରହିଯାଇଥିବା ବୃଦ୍ଧବୃଦ୍ଧା ଦମ୍ପତ୍ତି ବାହାରକୁ ଯାଇପାରିନଥିଲେ। ଫଳରେ ହାତୀ ସେମାନଙ୍କ ଉପରକୁ ଆକ୍ରମଣ କରିଥିଲା। ଏବଂ ଦୁଇ ଜଣଙ୍କୁ କଚାଡ଼ି ଦଳି ଦେଇଥିଲା।

ଫଳରେ ବୃଦ୍ଧବୃଦ୍ଧାଙ୍କର ଜୀବନ ଚାଲିଯାଇଥିଲା। କେବଳ ସେତିକି ନୁହେଁ ଦଳି ସାରିବା ପରେ ଖଣ୍ଡବିଖଣ୍ଡିତ ଅଂଶକୁ ବିଛାଡ଼ି ଫୋପାଡ଼ି ଥିଲା ହାତୀ। ଯାହାକି ଅତ୍ୟନ୍ତ ହୃଦୟ ବିଦାରକ।