‘କୁନୋ’ରେ ଜନ୍ମ ହେଲେ ଦୁଇ ନୂଆ ଚିତା ଶାବକ, ଅଭିନନ୍ଦନ ଜଣାଇଲେ ମୋହନ ଯାଦବ
କୁନୋ ଜାତୀୟ ଉଦ୍ୟାନରେ ଦୁଇ ନୂଆ ଅତିଥି । ମାଇ ଚିତା 'ଭିରା' ଦୁଇଟି ଶାବକଙ୍କୁ ଦେଲା ଜନ୍ମ ।
ଭୋପାଲ: ମଧ୍ୟପ୍ରଦେଶ ‘କୁନୋ’ ଜାତୀୟ ଉଦ୍ୟାନରେ ଚିତା ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ମାଇ ଚିତା ‘ଭିରା’ ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି ।
ବର୍ତ୍ତମାନ କୁନୋ ଜାତୀୟ ଉଦ୍ୟାନରେ ୧୪ ଶାବକଙ୍କ ସହ ଚିତା ସଂଖ୍ୟା ୨୬କୁ ବୃଦ୍ଧି ପାଇଛି ।
ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ‘ଏକ୍ସ’ରେ ଶୁଭେଚ୍ଛା ଜଣାଇଛନ୍ତି ।
‘ଏକ୍ସ’ ପୋଷ୍ଟ: ମଧ୍ୟପ୍ରଦେଶର ଜଙ୍ଗଲ ବୁକରେ ଦୁଇ ଚିତା ଶାବକଙ୍କୁ ସ୍ୱାଗତ । ରାଜ୍ୟର ଚିତା ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମୁଁ ଖୁସି ଅଛି । ଆଜି ମାଇ ଚିତା ଭିରା ଦୁଇଟି ଶାବକଙ୍କୁ ଜନ୍ମ ଦେଇଛି ।
ଏହି ଚିତା ପ୍ରକଳ୍ପରେ ନିୟୋଜିତ ଥିବା ଜାତୀୟ ଉଦ୍ୟାନର ଅଧିକାରୀ, ଡାକ୍ତର ଓ କର୍ମଚାରୀଙ୍କୁ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ । ଚିତାଙ୍କ ଦେଶ ଭାବରେ ମଧ୍ୟପ୍ରଦେଶ ବେଶ୍ ଜଣାଶୁଣା ।’
ରାଜ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହନ: ରାଜ୍ୟରେ ଚିତା ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ରାଜ୍ୟ ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳୁଛି ଏବଂ ନିଯୁକ୍ତିର ନୂତନ ଦ୍ୱାର ମଧ୍ୟ ଖୋଲୁଛି ।
ଆମେ ଚିତା ବାଘ ସହ ସମସ୍ତ ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ପ୍ରୋତ୍ସାହନ ଏବଂ ପୁନରୁଦ୍ଧାର ପାଇଁ ସର୍ବଦା ପ୍ରସ୍ତୁତ ବୋଲି କହିଛନ୍ତି ମୋହନ ଯାଦବ ।