Breaking: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ଯୁବକଙ୍କ ତଣ୍ଟି କାଟି କଲେ ହତ୍ୟା
ରାତିରେ ଘରେ ପଶିଲେ। ଅପହରଣ କଲେ। ଆଉ ତଣ୍ଟି କାଟିଦେଲେ। ପୁଣି ଜଣଙ୍କ ହତ୍ୟା କଲେ ମାଓବାଦୀ। ଏହା ହେଉଛି ଛତିଶଗଡ଼ରେ ଦୁଇ ଦିନରେ ତୃତୀୟ ହତ୍ୟା।
ଛତିଶଗଡ଼: ପୁଣି ଏକ ହତ୍ୟାକାଣ୍ଡ। ଯୁବକଙ୍କ ତଣ୍ଟି କାଟିଦେଲେ ମାଓବାଦୀ। ରାତିରେ ଘରେ ପଶିଲେ ଆଉ ଅପହରଣ କରିନେଲେ। ପରେ ଏକ ଧାରୁଆ ଅସ୍ତ୍ରରେ ଗଳା କାଟିଦେଲେ।
ଫଳରେ ମାଓବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଲେ ଯୁବକ। ଘଟଣା ଘଟିଛି ଛତିଶଗଡ଼ର ଦନ୍ତେଓ୍ୱାଡା ଜିଲ୍ଲାରେ। ଅରଣପୁର ଥାନା କାକାଡିରେ ଜଣେ ଯୁବକ ରାତିରେ ଘରେ ଶୋଇଥିବା ବେଳେ ଘରେ ପଶିଥିଲେ ମାଓବାଦୀ।
ପରେ ତାଙ୍କୁ ଘରୁ ଅପହରଣ କରିନେଇ ହତ୍ୟା କରିଥିଲେ। ପୂର୍ବରୁ ମଧ୍ୟ ପୋଲିସର ଇନଫର୍ମର ସନ୍ଦେହରେ ଦୁଇ ଜଣଙ୍କର ହତ୍ୟା କରିଥିଲେ ମାଓବାଦୀ। ଆଉ ଏହି ଘଟଣାକୁ ଲଗାଇ ଦନ୍ତେଓ୍ୱାଡା ଓ ବିଜାପୁରରେ ଦୁଇ ଦିନରେ ଏହା ତୃତୀୟ ମୃତ୍ୟୁ ଘଟଣା।