Breaking: ପୁଣି ମହାକୁମ୍ଭ ଯିବାକୁ ସୁଯୋଗ ଦେଲା OSRTC, ପୁଣି ଥରେ ଓଡ଼ିଶାରୁ ଗଡିଲା ବସ୍

ମହାକୁମ୍ଭ ପାଇଁ ପୁଣି ଥରେ ବସ ସେବା ଆରମ୍ଭ କଲା OSRTC ।

ଭୁବନେଶ୍ବର: ମହାକୁମ୍ଭ ପାଇଁ ପୁଣି ଥରେ ବସ ସେବା ଆରମ୍ଭ କଲା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (OSRTC ) । ଏନେଇ OSRTC ପକ୍ଷରୁ ସୂଚନା ଜାରି କରାଯାଇଛି ।

ଆଜି ୨ ଶହ ଶ୍ରଦ୍ଧାଳୁଙ୍କୁ ନେଇ ଅଯୋଧ୍ୟା ଗଲା ୪ଟି ବସ୍ । ସେହିପରି ବାଲେଶ୍ବର ଏବଂ ବରଗଡରୁ ମଧ୍ୟ ଓସଆରଟିସି ପଠାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ।

କହରଖୁଛୁ କି, ଗତମାସରେ ବସ୍ ସେବାକୁ ବନ୍ଦ ରଖିଥିଲା ଓଏସଆରଟିସି ।  ପ୍ରୟାଗରାଜରେ ଦଳାଚକଟା ଘଟି ୩୦ ଜଣ ଲୋକେ ମୃତ୍ୟୁ ବରଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଦଳାଚକଟା ପାଇଁ ବନ୍ଦ ରହିଥିଲା ସେବା-  ଗତ 30 ତାରିଖରେ ଏନେଇ ଘୋଷଣା କରାଯାଇଥିବା ବେଳେ 4 ତାରିଖ ଯାଏଁ ଏହି ସେବାକୁ ସ୍ଥଗିତ ରଖାଯାଇଥିଲା । OSRTC ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ଦେଇ ଏକ ସାର୍ବଜନୀନ ନୋଟିସ୍ ଜାରି କରାଯାଇଥିଲା ।

ଯାତ୍ରୀମାନେ ସୁଲଭ ମୂଲ୍ୟରେ ଏହି ପ୍ରିମିୟମ୍ ବସ୍ ସେବାଗୁଡ଼ିକର ଲାଭ ଉଠାଇପାରିବେ । ଯାତ୍ରୀମାନେ ଓଏସ୍ଆରଟିସି ୱେବସାଇଟ୍ (osrtc.org), ଓଏସ୍ଆରଟିସି ମୋବାଇଲ୍ ଆପ୍ କିମ୍ବା ସେମାନଙ୍କର ନିକଟତମ ଓଏସ୍ଆରଟିସି ଟିକେଟ୍ କାଉଣ୍ଟରକୁ ଯାଇ ଟିକେଟ୍ ବୁକ୍ କରିପାରିବେ ।

ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ପାଇଁ ଏକ ଉତ୍ସର୍ଗୀକୃତ ୨୪/୭ ହେଲ୍ପଲାଇନ (୧୮୦୦-୩୪୫-୧୧୨୨ ଟୋଲ୍ ଫ୍ରି ନଂ ଏବଂ ହ୍ୱାଟସଆପ୍ ନଂ- ୭୮୪୯୦୦୫୨୨୦୫) ବ୍ୟବସ୍ଥା କରାଯାଇଛି ।