ହୁ ହୁ ହୋଇ ବଢୁଛି Gold Price, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି ସୁନା ମୂଲ୍ୟ
ପୁଣି ବଢିଗଲା ସୁନା ଦର, 10 ଗ୍ରାମ ସୁନା କେତେ ରହିଛି ଜାଣନ୍ତୁ..
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ବଢିଲା ସୁନା ଦର । ବର୍ତ୍ତମାନ ବିବାହ ସିଜନ ଲାଗି ରହିଛି । ଏହି ସମୟରେ ଲୋକେ ସୁନା ଗହଣା କିଣିବାରେ ବ୍ୟସ୍ତ ଅଛନ୍ତି । ହେଲେ ଏହି ସିଜନରେ ସୁନା ଦରରେ ବୃଦ୍ଧି ମଧ୍ୟବିତଙ୍କ ଚିନ୍ତାର କାରଣ ସାଜିଛି । ଆସନ୍ତୁ ଜାଣିବା ଆଜିର ସୁନା ଦର କେତେ ରହିଛି ।
୨୨ କ୍ୟାରେଟ ସୁନା: ଆଜି ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର 1 ଗ୍ରାମ ପିଛା 7 ହଜାର 906 ଟଙ୍କା ଥିବା ବେଳେ 10 ଗ୍ରାମ ପିଛା 79 ହଜାର 060 ଟଙ୍କା ରହିଛି ।
ଗତକାଲି ଏହି ମୂଲ୍ୟ ୧ ଗ୍ରାମ ପିଛା 7 ହଜାର 905 ଟଙ୍କା ଥିବା ବେଳେ 10 ଗ୍ରାମ ପିଛା 79 ହଜାର 050 ଟଙ୍କା ରହିଥିଲା । ଯାହାକି ୧ ଗ୍ରାମରେ 1 ଟଙ୍କା ବଢିଛି ଏବଂ 10 ଗ୍ରାମ ପିଛା 10 ଟଙ୍କା ବଢିଯାଇଛି ।
୨୪ କ୍ୟାରେଟ: ଆଜି ଭୁବନେଶ୍ୱରରେ 24 କ୍ୟାରେଟ ସୁନା ଦର 1 ଗ୍ରାମ ପିଛା 8 ହଜାର 625 ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା 86 ହଜାର 250 ଟଙ୍କା ରହିଛି ।
ଗତକାଲି ଏହି ମୂଲ୍ୟ 1 ଗ୍ରାମ ପିଛା 8 ହଜାର 624 ଟଙ୍କା ଥିବା ବେଳେ ୧୦ ଗ୍ରାମ ପିଛା 86 ହଜାର 240 ଟଙ୍କା ରହିଥିଲା । ଯାହାକି ୧ ଗ୍ରାମରେ 1 ଟଙ୍କା ବଢିଛି ଏବଂ ୧୦ ଗ୍ରାମ ପିଛା10 ଟଙ୍କା ବଢିଯାଇଛି ।