ଖଣ୍ଡଗିରିରେ ଏକାଠି ହେବେ ଯାତ୍ରାପ୍ରେମୀ, ଆଜିଠୁ ଆରମ୍ଭ ଖଣ୍ଡଗିରି ଯାତ୍ରା

ଆଜିଠୁ ଦୁଲୁକିବ ଖଣ୍ଡଗିରି ଯାତ୍ରା ପଡିଆ। ଦୁଇ ଦିନ ହେବ ଖଣ୍ଡଗିରି ମେଳା ଆରମ୍ଭ ହୋଇଥିଲେ ହେଁ, ଆଜିଠୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା। ତେବେ ଦେଖାଯାଉ ଯାତ୍ରା ପେଣ୍ଡାଲକୁ ଯାଉଛନ୍ତି କି ନାହିଁ ବିବାଦୀୟ ଅଭିନେତ୍ରୀ।

ଭୁବନେଶ୍ୱର: ଆଜିଠୁ ଦୁଲୁକିବ ଯାତ୍ରା ମଞ୍ଚ। ଏକାଠି ହେବେ ଯାତ୍ରାପ୍ରେମୀ। ସଂନ୍ଧ୍ୟା ହେଲେ ଲାଗିବ ଗହଳି। ହେଲେ ମନରେ ଗୋଟେ ପ୍ରଶ୍ନ ଯାଇପାରିବେ ତ ବିବାଦୀୟ ଅଭିନେତ୍ରୀ। ଯଦି ଯିବେ କିପରି ରହିବ ମାହୋଲ।

ତେବେ ଦୁଇ ଦିନ ହେବ ଆରମ୍ଭ ହୋଇସାରିଛି ମାଘମେଳା ବା କୁମ୍ଭମେଳା ବା ଖଣ୍ଡଗିରି ମେଳା। ଯାହା ଆପଣମାନେ କହିପାରିବେ। ଗୁମ୍ଫା ଭିତରୁ ଶୁଭୁଛି ସାଧୁସନ୍ଥଙ୍କ ମନ୍ତ୍ରପାଠ। ଭଳିକି ଭଳି ଦୋକାନ ମଧ୍ୟ ବସିସାରିଛି।

କିନ୍ତୁ ଏହି ଦୁଇ ଦିନ ଯେତିକି ଲୋକଙ୍କ ଗହଳି ଥିଲା ଆଜିଠୁ କିନ୍ତୁ ତାର ଦୁଇଗୁଣା ବଢ଼ିଯିବ। କାରଣ ଆଜିଠୁ ଆରମ୍ଭ ହେବ ଯାତ୍ରା। ଆଉ ଗୋଟିଏ ଜାଗାରେ ୧୦ରୁ ଉର୍ଦ୍ଧ୍ୱ ଯାତ୍ରାପାର୍ଟି। ଯେଉଁଥିପାଇଁ ଖଣ୍ଡଗିରି ମେଳାରେ ଲାଗିବ ଭିଡ।

ଖଣ୍ଡଗିରି ପାଇଁ କଟକଣା: ତେବେ ଖଣ୍ଡଗିରି ମେଳାକୁ କୁମ୍ଭମେଳା ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି। ପ୍ରତିବର୍ଷ ଏହି ଦିନକୁ ଅନେକ ଯାତ୍ରାପ୍ରେମୀ ଚାହିଁ ବସିଥାନ୍ତି। କାରଣ ଗୋଟିଏ ଜାଗାରେ ସମସ୍ତ ନାମିଦାମି ଯାତ୍ରାପାର୍ଟି ନାଟକ କରନ୍ତି।

ହେଲେ ଚଳିତ ବର୍ଷ କିନ୍ତୁ ଯାତ୍ରାପାର୍ଟିଙ୍କ ଉପରେ କିଛି କଟକଣା ଲାଗୁ କରିଛନ୍ତି ପ୍ରଶାସନ। ଯେହେତୁ ଅଶ୍ଳୀଳତା ଏବେ ଯାତ୍ରାପାର୍ଟିରେ ବୃଦ୍ଧି ପାଇବାକୁ ଲାଗିଛି। ତେଣୁ ଏହାକୁ ଆୟତ୍ତକୁ ଆଣିବାକୁ ଏପରି ପଦକ୍ଷେପ ନିଆଯାଇଥିବା କୁହାଯାଉଛି।

ବିବାଦୀୟ ଅଭିନେତ୍ରୀ: ନିକଟରେ ପ୍ରଶାସନ ନିର୍ଦ୍ଦିଷ୍ଟ ତିନି ଜଣ ବିବାଦୀୟ ଅଭିନେତ୍ରୀ ନିଶା ମହାରଣା, ସାହୁ ଭାଉଜ ଓ ରାନୀ ପ୍ରିୟଦର୍ଶିନିଙ୍କୁ ଖଣ୍ଡଗିରି ବ୍ୟାନ କରିଥିଲେ। ତେଣୁ ସେମାନେ ଅନେକ ପ୍ରତିବାଦ ମଧ୍ୟ କରିଥିଲେ।

ଅଭିନେତ୍ରୀଙ୍କ ପ୍ରତିବାଦ: ସରକାରଙ୍କ ତରଫରୁ ସେମାନଙ୍କୁ ବ୍ୟନ କରାଯିବା ପରେ ଅସନ୍ତୋଷ ଦେଖାଦେଇଥିଲା। ସେମାନଙ୍କୁ କାହିଁକି ବ୍ୟାନ କରାଗଲା ବୋଲି ପ୍ରଶ୍ନ ମଧ୍ୟ ଉଠିଲା। ପରେ ସରକାରଙ୍କ ତରଫରୁ ଗାଇଡଲାଇନ ମଧ୍ୟ ହେଲା।

ଖଣ୍ଡଗିରିରେ କୌଣସି ଅଶ୍ଳୀଳ ନାଚ ହୋଇ ପାରିବ ନାହିଁ। ଏହାପରେ ମଧ୍ୟ ବିବାଦୀୟ ଅଭିନେତ୍ରୀମାନେ କାହାକୁ ଡରନ୍ତି ନାହିଁ। ଯଦି କୌଣସି ଅଶ୍ଳୀଳ ଯାତ୍ରାରେ ଡାଇଲଗ କୁହାଯାଏ। ତାହାଲେ ସେମାନେ ବି ଡ୍ୟାନ୍ସ କରିବେ ବୋଲି ଧମକ ଦେଲେ।

ହେଲେ ପ୍ରକୃତରେ ଖଣ୍ଡଗିରି ଯାତ୍ରା ମଞ୍ଚରେ କ’ଣ ଘଟିବ। ତାହା ତ ଆଜିର ନାଟକ ଆରମ୍ଭ ହେବା ପରେ ଜଣା ପଡିବ। କେତେ ଅଶ୍ଳୀଳତା ବନ୍ଦ ହୋଇଛି ତାହା ତ ରାତିକୁ ଜଣାପଡିବ। ହେଲେ ଏବେଠୁ ଖଣ୍ଡଗିରି ମେଳାରେ ଲୋକଙ୍କ ଗହଳି ଆରମ୍ଭ ହୋଇଗଲାଣି।