ସରକାରୀ ଚାକିରି ଲୋଭରେ ସ୍ୱାମୀକୁ ଖଣ୍ଡଖଣ୍ଡ କଲା ସ୍ତ୍ରୀ, ୪ ମାସ ପରେ…

ସରକାରୀ ଚାକିରି ଲୋଭରେ ନିଜ ସ୍ୱାମୀକୁ ହତ୍ୟା କଲା ପତ୍ନୀ। ତଦନ୍ତ ପରେ ୪ ମାସ ପରେ କବରରୁ ସୁରେଶଙ୍କ ମୃତ ଦେହ ଠାବ କରିବାରେ ସଫଳ ହୋଇଥିଲା ପୋଲିସ ।

ନୂଆଦିଲ୍ଲୀ: ସରକାରୀ ଚାକିରି ପାଇଁ ସ୍ୱାମୀକୁ ରକ୍ତାକ୍ତ କଲା ସ୍ତ୍ରୀ । ଏହି ଅପରାଧକୁ ଲୁଚାଇବା ପାଇଁ ରାତାରାତି ନିଜ ସ୍ୱାମୀର ଅନ୍ତିମ ସଂସ୍କାର କରିଥିଲା ସ୍ତ୍ରୀ ।

ଏଭଳି ଏକ ଲୋମଟାଙ୍କୁରା ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ଚିତ୍ରଦୁର୍ଗର ହୋଲାଲକେ ଅନ୍ତର୍ଗତ ନେହେରୁ ନଗରରୁ ।

ଜାଣନ୍ତୁ ମାମଲା: ମୃତ ସୁରେଶ ମୋଲକାମପୁର ବ୍ଲକର ତହସିଲଦାର କାର୍ଯ୍ୟାଳୟରେ ଏସଡିଏ ଭାବେ କାର୍ଯ୍ୟ କରୁଥିଲେ ।

ସୁରେଶଙ୍କ ବାପା ଜଣେ ସରକାରୀ ଚାକିରିଆ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ ମାଆଙ୍କ ସୁପାରିଶରେ ଅନୁକମ୍ପା ଆଧାରରେ ସୁରେଶଙ୍କୁ ତାଙ୍କ ବାପାଙ୍କ ଚାକିରି ମିଳିଥିଲା ।

ଅପରପକ୍ଷରେ ସୁରେଶଙ୍କ ପତ୍ନୀ ନାଗରତ୍ନା ସବୁବେଳେ ଝଗଡ଼ା କରୁଥିଲେ । ଶେଷରେ ସୁରେଶ ନିଜ ପରିବାର ଠାରୁ ଅଲଗା ହୋଇଯାଇଥିଲେ ।

ହତ୍ୟା ସନ୍ଦେହ: ୨୦୨୪ରେ ଅକ୍ଟୋବର ୮ରେ ଅଚାନକ୍ ସୁରେଶଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମା’ ବୋହୂ ନାଗରତ୍ନାକୁ ସନ୍ଦେହ କରିଥିଲେ। ସେ ପୁଅକୁ ତଣ୍ଟି ଚିପି ମାରିଥିବା ଅଭିଯୋଗ କରିଥିଲେ । ଏନେଇ ସେ ପୋଲିସ ଏବଂ ଲୋକାୟୁକ୍ତରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲେ । ଛାନଭିନ୍ ସମୟରେ ସୁରେଶଙ୍କ ମୃତଦେହ ଠାବ କରାଯାଇଥିଲା ।

ଲୁଚାଛପା ଅନ୍ତିମ ସଂସ୍କାର: ସରକାରୀ ଚାକିରି ପାଇବାର ଲୋଭରେ ପତ୍ନୀ ନିଜ ସ୍ୱାମୀକୁ ହତ୍ୟା କରିବା ପରେ ପରିବାର କିମ୍ବା ସମ୍ପର୍କୀୟ କାହାରିକୁ ନ ଜଣାଇ ଅନ୍ତିମ ସଂସ୍କାର କରିଦେଇଛନ୍ତି ।

ଘର ଲୋକେ ପ୍ରଶ୍ନ ଉଠାଇବାରୁ ସ୍ୱମୀଙ୍କୁ ଜଣ୍ଡିସ୍ ହୋଇଥିବା କଥା କହିଥିଲେ ନାଗରତ୍ନା । କିନ୍ତୁ ଶ୍ୱଶୁର ଘର ଲୋକେ ତାଙ୍କ କଥାକୁ ବିଶ୍ୱାସ କରିନଥିଲେ ।

ପୋଲିସ ତଦନ୍ତ: ପୁଅକୁ ବୋହୂ ମାରିଦେଇଥିବା ଅଭିଯୋଗ ନେଇ ଶାଶୁ ଥାନାରେ ଏତଲା ଦେଇଥିଲେ । ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ଏବଂ ୪ ମାସ ପରେ କବରରୁ ସୁରେଶଙ୍କ ମୃତ ଦେହ ଠାବ କରିବାରେ ସଫଳ ହୋଇଥିଲା ।

ଏବେ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣାପଡ଼ିଯିବ। ବର୍ତ୍ତମାନ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।