ମୁର୍ଖ ପାକିସ୍ତାନ: ନିଜ ଭୁଲକୁ ଘୋଡ଼ାଇବାକୁ ଯାଇ ବିସିସିଆଇକୁ କଲା ନିନ୍ଦା…
ଫ୍ଲଡ ଲାଇଟ୍ ଲିଭିବା ନେଇ ରାଗିଲା ପାକିସ୍ତାନ । କହିଲା ଏମିତି କଥା ।
କରାଚୀ: ରବିବାର ଓଡିଆଇ ଦ୍ୱିତୀୟ ମ୍ୟାଚ୍ କଟକ ବାରବାଟୀରେ ଅନୁଷ୍ଠିତ ହୋଇଥିଲା । ୩୭ ବଲରେ ଭାରତ ୪୮ ରନ୍ କରିଥିବାବେଳେ ହଠାତ୍ ଯାନ୍ତ୍ରୀକ ତ୍ରୁଟି ପାଇଁ ଫ୍ଲଡ୍ ଲାଇଟ୍ ଲିଭିଯାଇଥିଲା । ଯାହାପାଇଁ ମ୍ୟାଚ୍ ମଛିରୁ ରୋକିବାକୁ ପଡ଼ିଥିଲା । ଏ କଥାକୁ ନେଇ ରାଗିଯାଇଛି ପାକିସ୍ତାନ ।
ଲାଇଟ୍ ଲିଭା ଘଟଣାକୁ ନେଇ ସୋସିଆଲ ମିଡିଆରେ ନିନ୍ଦାଜନକ ଅପଲୋଡ କରୁଛି ପାକିସ୍ତାନ । ଲାଇଟ୍ ଲିଭିବା ଘଟଣାକ ଲଜ୍ଜାଜନକ କହିବା ସହ ବିସିସିଆଇ ଉପରେ ଆଟାକ କରି କହିଛି, ବିସିସିଆଇ ପାଖରେ ଟଙ୍କା ନାହିଁ ତାକୁ କିଏ ପଇସା ପଠାଅ । ନହଲେ ଚାଇନା ଫ୍ଲଡ୍ ଲାଇଟ୍ ପଠାଅ ।
ମୁହଁ ଫାଟି ରକ୍ତସ୍ରାବ: ରଚିନ ରବିନ୍ଦ୍ର ଘଟଣାକୁ ବାରବାଟୀ ବଲ୍ ଲିଭା ସହ ତୁଳନା କରୁଛି ପାକିସ୍ତାନ । ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଓଡିଆଇ ମ୍ୟାଚରେ ନ୍ୟୁଜିଲାଣ୍ଡ ଖେଳାଳି ରବିନ୍ଦ୍ର ଗଭିର ଭାବେ ଆହତ ହୋଇଛନ୍ତି । ରବିନ୍ଦ୍ର ବଲ୍ କ୍ୟାଚ୍ ଧରିବା ପାଇଁ ଯାଇଥିବାବେଳେ ଫ୍ଲଡ୍ ଲାଇଟ୍ ତାଙ୍କ ମୁହଁରେ ପଡ଼ିବା କାରଣରୁ ସେ ବଲ୍ ଦେଖିପାରି ନ ଥିଲେ ।
ବଦଳିବ ଲାଇଟ୍: ଯାହାଫଳରେ ବଲଟି ତାଙ୍କ ମୁହଁରେ ବାଜିଥିଲା ଓ ରକ୍ତସ୍ରାବ ହେବା ସହ ଗଭୀର ଭାବେ ଆହତ ଲାଗିଥିଲା । ଏ ନେଇ ସୋସିଆଲ ମିଡିଆରେ ପାକିସ୍ତାନର ବ୍ୟବସ୍ଥାକୁ ସମାଲୋଚନା କରାଯାଇଥିଲା । ଆଉ ଏବେ ପାକିସ୍ତାନ ଗତକାଲିର ଘଟଣାକୁ ନେଇ ବିସିସିଆଇକୁ ନିନ୍ଦା କରିଛି ।
ତେବେ ଲାଇଟ୍ ଲିଭିବା ଘଟଣାକୁ ନେଇ ଓସିଏ ପକ୍ଷରୁ କୁହାଯାଇଛି ଯେ, ବାରବାଟୀ ବହୁ ପୁରୁଣା ଷ୍ଟାଡିୟମ୍ । ଫ୍ଲଡ ଲାଇଟ୍ ନୂଆ ଲାଗିବା ପାଇଁ ସରକାରଙ୍କୁ ଅବଗତ କରାଯାଇଛି । ବିନା ସରକାରୀ ଅନୁଦାନରେ ଷ୍ଟାଡିୟମର ଉନ୍ନତିକରଣ କରାଯାଇପାରିବ ନାହିଁ ବୋଲି ଓସିଏ କହିଛି ।