ଏହା ନୂଆ ଉତ୍ତରପ୍ରଦେଶ…କୁମ୍ଭମେଳାରେ ବୁଡ ପକାଇଲେଣି 50 କୋଟି ଶ୍ରଦ୍ଧାଳୁ, ଯୋଗୀ କହିଲେ…

ଉତ୍ତରପ୍ରଦେଶର ଲୋକ ସଂଖ୍ୟା 25 କୋଟି । ହେଲେ ବୁଡ ପକାଇଲେଣି 50 କୋଟି ।

ନୂଆଦିଲ୍ଲୀ: ବୁଧବାର ଦିନ ବାଗପତରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନକୁ ଦିନ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା 50 କୋଟି ଲୋକ କୁମ୍ଭମେଳାରେ ବୁଡ ପକାଇଛନ୍ତି ।ଏହି ଅବସରରେ ଯୋଗୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ।

ୟୁପି ଜନସଂଖ୍ୟାର 2 ଗୁଣା ଶ୍ରଦ୍ଧାଳୁ- ଉତ୍ତରପ୍ରଦେଶର ଜନସଂଖ୍ୟା 25 କୋଟି ହୋଇଥିବା ବେଳେ 50 କୋଟି ଲୋକ ପ୍ରୟାଗରାଜ ଆସି ସାରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କିଛି ଲୋକଙ୍କ ଅଭ୍ୟାସ ଯେ ସେମାନେ କୁମ୍ଭରେ ସ୍ନାନ କରିବାକୁ ମନା କରୁଛନ୍ତି ।

ଏମାନେ ସେହି ଲୋକ ଯେଉଁମାନେ କରୋନା ଟିକା ନେଇଥିଲେ ଏବଂ ଅନ୍ୟମାନଙ୍କୁ ଟିକା ନେବାରୁ ବାରଣ କରୁଥିଲେ । କିଛି ଲୋକ ଗୁପ୍ତରେ ସଙ୍ଗମକୁ ଯାଇ ବୁଡ଼ ପକାଇଲେ ଏବଂ ଲୋକମାନଙ୍କୁ ନ ଯିବାକୁ କହୁଛନ୍ତି।

ମାଘ ପୂର୍ଣ୍ଣିମାରେ ପ୍ରବଳ ଭିଡ- ଆଜି ମାଘ ପୂର୍ଣ୍ଣିମାରେ ମହାକୁମ୍ଭରେ ଭକ୍ତମାନଙ୍କର ବିଶାଳ ଭିଡ ଦେଖାଯାଇଛି । ସଙ୍ଗମ ନଦୀର ଉଭୟ ପାର୍ଶ୍ୱରେ କେବଳ ଭକ୍ତମାନଙ୍କୁ ଦେଖାଯାଉଛି । ମାଘ ପୂର୍ଣ୍ଣିମାରେ ଲୋକଙ୍କ ଉତ୍ସାହ ଏତେ ଥିଲା ଯେ 1 କୋଟି ଲୋକ ସକାଳୁ ସକାଳୁ ସଙ୍ଗମରେ ବୁଡ଼ ପକାଇଥିଲେ । ଏହି ସଂଖ୍ୟା ଏବେ ୧.୮୩ କୋଟି ଅତିକ୍ରମ କରିଛି ।