ବଦଳିଯିବ ଆପଣଙ୍କ ଭାଗ୍ୟ, ଡେରି ନ କରି କରନ୍ତୁ ଆବେଦନ, ଖବର ପଢ଼ି ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଆଇଓସିଏଲରେ ଚାକିରି ସୁଯୋଗ । ବିନା ଚିନ୍ତାରେ ମିଳିବ ଚାକିରି ।
ଓଡ଼ିଶା ଭାସ୍କର: ଇଣ୍ଡିଆନ୍ ଅଏଲ କର୍ପୋରେଶନ ଲିମିଟେଡ୍ (ଆଓସିଏଲ୍)ରେ ଚାକିରି କରିବାକୁ ଆଗ୍ରହୀଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ଆଇଓସିଏଲର ଟେକନିକାଲ ଏବଂ ନନଟେକନିକାଲ ଅପରେଣ୍ଟସ୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେଉଁମାନେ ଉକ୍ତ ପଦରେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଆଇଓସିଏଲ ଅଫିସିଆଲ ୱେବସାଇଟରେ ଆପ୍ଲାଏ କରିପାରିବେ ।
ଆବେଦନର ଶେଷ ତାରିଖ ମାର୍ଚ୍ଚ ୩ ରହିଛି । ଆଇଓସିଏଲରେ ପାଖାପାଖି ୪୫୭ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଇଣ୍ଡିଆନ୍ ଅଏଲର ୫ ପ୍ରମୁଖ ପାଇପ ଲାଇନ କ୍ଷେତ୍ର ପାଇଁ କରାଯିବ ।
ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ହୋଇଥିବାବେଳେ ସର୍ବାଧିକ ବୟସ ୨୪ ବର୍ଷ ରହିଛି । ଚାକିରି ପାଇଁ କୌଣସି ପରୀକ୍ଷା କରାଯିବ ନାହିଁ । ମାର୍କ ଆଧାରରେ ସିଲେକ୍ସନ ହେବ ।
ଆଇଓସିଏଲ୍ ଭର୍ତ୍ତ ୨୦୨୫ ଅନ୍ତର୍ଗତ, ବଛାଯାଇଥିବା ଅପରେଣ୍ଟିସଙ୍କୁ ଷ୍ଟାଇପେଣ୍ଡ ମିଳିବ । ୧୯୬୧/୧୯୭୩ ଅପରେଣ୍ଟିସ୍ ନିୟମ ଏବଂ ୧୯୯୨/୨୦୧୯ ଅନ୍ତର୍ଗତ ନିର୍ଦ୍ଦାରଣ କରାଯିବ ।