ହାଏରେ ବିଧାତା ! ରିଲ୍ସ ନିଶାରେ ବ୍ରାହ୍ମଣୀ ନଦୀକୁ ଖସିପଡିଲେ ‘ପାପା କୀ ପରୀ’, ଆଉ ତା’ପରେ…

ରିଲ୍ସ କରିବା ବେଳେ ନଦୀକୁ ଖସି ପଡ଼ିଲେ ଢେଙ୍କାନାଳର ଯୁବତୀ

ଢେଙ୍କାନାଳ: ଆଜିକାଲି ମୋବାଇଲରେ ରିଲ୍ସ କରି ଭାଇରାଲ ହେବାକୁ ସମସ୍ତେ ଚାହୁଁଛନ୍ତି । ସେଥିପାଇଁ ସେମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ପଛାଉ ନାହାଁନ୍ତି । ଏହିପାରି ଏକ ମାମଲା ଏବେ ସାମ୍ନାକେୁ ଆସିଛି, ଯେଉଁଠାରେ ମୋବାଇଲ ଫୋନରେ ରିଲ୍ସ କରିବା କାଳ ସାଜିଛି ।
ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଛନ୍ତି ଜଣେ ଯୁବତୀ । ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।

କିଛି ଦିନ ତଳେ କଳାହାଣ୍ଡି ଜିଲା ପର୍ଯ୍ୟଟନସ୍ଥଳୀ ଗୁଡ଼ହାଣ୍ଡି ଡୋକାରିଚଞ୍ଚରା ଜଳପ୍ରପାତରେ ସେଲ୍ଫି ନେବାବେଳେ ଏକ ଅଘଟଣ ଘଟିଥିଲା । ୬୦ ଫୁଟ ଉଚ୍ଚରୁ ଜଳପ୍ରପାତରେ ପଡି ନବରଙ୍ଗପୁର ଜିଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡୁମରମୁଣ୍ଡା ଗ୍ରାମର ଅଭିନାଶ ପରଜା(୨୧) ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ଯୁବକଙ୍କ ମୃତଦେହ ମିଳିଥିଲା । ତେବେ ରିଲ୍ସ ଚକ୍କରରେ ଦୁର୍ଘଟଣା ଦିନକୁ ଦିନ ବଢ଼ି ବଢ଼ି ଚାଲିଥିଲେ ମଧ୍ୟ ଲୋକମାନେ ସଚେତନ ହେଉନାହାଁନ୍ତି ।