ଆଜିଠାରୁ FASTAGର ନୂଆ ନିୟମ, ଦେବାକୁ ପଡ଼ିପାରେ ମୋଟା ଅଙ୍କର ଜୋରିମାନା

ଆଜିଠାରୁ ଲାଗୁ ହେବାକୁ ଯାଉଛି Fastagର ନୂଆ ନିୟମ। ଯଦି ଆପଣମାନେ ଏହି ନିୟମ ସବୁ ଜାଣି ନାହାନ୍ତି। ତାହାଲେ ଏବେ ହିଁ ଜାଣି ନିଅନ୍ତୁ। ନହେଲେ ଏଥିପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ। 

ନୂଆଦିଲ୍ଲୀ: ଆଜିଠାରୁ ଲାଗୁ ହେବାକୁ ଯାଉଛି Fastagର ନୂଆ ନିୟମ। ଟୋଲ୍ ପେମେଣ୍ଟକୁ ସୁବ୍ୟବସ୍ଥିତ ବା ସୁବିଧାରେ କରିବା ପାଇଁ। ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ ଅଫ୍ ଇଣ୍ଡିଆ ଏବଂ ସଡ଼କ ପରିବହନ ମନ୍ତ୍ରଣାଳୟ FASTag ସହ ଜଡିତ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି।

ଯଦି ଆପଣମାନେ ଏହି ନିୟମ ସବୁ ଜାଣି ନାହାନ୍ତି। ତାହାଲେ ଏବେ ହିଁ ଜାଣି ନିଅନ୍ତୁ। ନହେଲେ ବୋହୁତ ବଡ଼ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ଏଥିପାଇଁ ମୋଟା ଅଙ୍କର ଜୋରିମାନା ମଧ୍ୟ ଦେବାକୁ ପଡ଼ିପାରେ।

ଆଜିଠାରୁ ନୂଆ ନିୟମ: ଆଜି ଅର୍ଥାତ୍ ୧୭ ଫେବୃଆରୀଠାରୁ କାର୍ଯ୍ୟକାରୀ ହେବାକୁ ଯାଉଛି ଫାଷ୍ଟାଗର ନୂଆ ନିୟମ। ଟୋଲ ପେମେଣ୍ଟର ସୁବ୍ୟବସ୍ଥା, ବିବାଦ ହ୍ରାସ ଏବଂ ଠକେଇକୁ ରୋକିବା ପାଇଁ ବିଶେଷ କରି ଏହିସବୁ ନିୟମ କରାଯାଇଛି।

ନୂଆ ନିୟମ ଅନୁଯାୟୀ, କମ୍ ବାଲାନ୍ସ, ବିଳମ୍ବରେ ପେମେଣ୍ଟ କିମ୍ୱା କଳାତାଲିକାଭୁକ୍ତ ଟ୍ୟାଗ୍ ଥିବା ବ୍ୟବହାରକାରୀଙ୍କଠାରୁ ଅତିରିକ୍ତ ଜରିମାନା ଆଦାୟ କରାଯିବ। ନୂଆ ନିୟମ ସେହି ବ୍ୟବହାରକାରୀଙ୍କ ଉପରେ ଅଧିକ ପ୍ରଭାବ ପକାଇବ ଯେଉଁମାନେ ପେମେଣ୍ଟରେ ବିଳମ୍ବ କରନ୍ତି କିମ୍ବା ଯାହାର ଟ୍ୟାଗ୍ କଳା ତାଲିକାଭୁକ୍ତ ହୋଇଥିବ।

ଯଦି ଗାଡ଼ି ଟୋଲରୁ ବାହାରିବା ପୂର୍ବରୁ ୬୦ ମିନିଟ୍ ରୁ ଅଧିକ ସମୟ  ଏବଂ ଗାଡ଼ି ଟୋଲ୍ ଅତିକ୍ରମ କରିବା ପରେ ୧୦ ମିନିଟ୍ ପାଇଁ FASTag କାମ କରିବ ନାହିଁ, ତେବେ ଏହାକୁ ଆଉ ଗ୍ରହଣ କରାଯିବ ନାହିଁ। ସିଷ୍ଟମ ଏହି ଦେୟକୁ ଗ୍ରହଣ କରିବ ନାହିଁ। ପରେ ଆପଣଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡିବ।

ଗଣିବାକୁ ପଡ଼ିବ ଜୋରିମାନା:  ଯଦି ଗାଡ଼ିଟି ଟୋଲ୍ ରିଡର ଦେଇ ଯିବାର ୧୫ ମିନିଟରୁ ଅଧିକ ସମୟ ପରେ ଟୋଲ୍ କାରବାର ଅପଡେଟ୍ ହୁଏ, ତେବେ FASTag ବ୍ୟବହାରକାରୀଙ୍କୁ ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିପାରେ।

ଅପଡେଟ୍ ହୋଇଥିବା ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଟୋଲ୍ ସଂଗ୍ରହ ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କାରବାର ବିଳମ୍ବ ହୁଏ ଏବଂ ଉପଭୋକ୍ତାଙ୍କ FASTag ଆକାଉଣ୍ଟରେ ପର୍ଯ୍ୟାପ୍ତ ବାଲାନ୍ସ ଥାଏ। ତେବେ ଟୋଲ୍ ଅପରେଟର ଦାୟୀ ରହିବେ।

ତଥାପି ଯଦି ଟଙ୍କା କଟାଯାଏ ତେବେ ଉପଭୋକ୍ତା ୧୫ ଦିନ ପରେ ଅଭିଯୋଗ ଦାଖଲ କରିପାରିବେ। ପୂର୍ବରୁ ଉପଭୋକ୍ତାମାନେ ଟୋଲ୍ ବୁଥ୍‌ରେ ସେମାନଙ୍କର FASTag ରିଚାର୍ଜ କରି ଆଗକୁ ବଢ଼ିପାରୁଥିଲେ। ହେଲେ ଏବେ ଆଉ ସେପରି ହେବନାହିଁ।